ବ୍ରହ୍ମପୁରରେ ଯୁବକ-ଯୁବତୀଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ୍ ର ଏନକାଉଣ୍ଟର
ବ୍ରହ୍ମପୁର,୨୧ | ୫: ବ୍ରହ୍ମପୁର ଗିରିରୋଡ଼ରେ ଏକ ଯୁବକ-ଯୁବତୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ଟାଉନ ଥାନା ପୋଲିସ | ଟାମଣା ରୋଡ଼ରେ ହୋଇଛି ଏହି ଏନକାଉଣ୍ଟର | ଅଭିଯୁକ୍ତ ମୁକେଶ ସାହୁର ୨ ଆଣ୍ଠୁ ଓ ହାତରେ ଗୁଳି ବାଜିଛି ଏହାପରେ ଅଭିଯୁକ୍ତକୁ ବ୍ରହ୍ମପୁରର MKCG ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୁକେଶର କିଛି ସହଯୋଗୀ ଏବେବି ଫେରାର ଅଛନ୍ତି। ଅନ୍ୟପଟେ, ଗତକାଲି ଏହି ମାମଲାରେ ସମ୍ପୃକ୍ତ ଥିବା ରାଜ୍ ମାଲହୋତ୍ରା ଓ ଲିଙ୍ଗରାଜ ସାମଲ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ ୨ଟି ସ୍କୁଟର, ଗୋଟିଏ ଲାଠି ଓ ଗୋଟିଏ ମୋବାଇଲ ଜବତ ପୋଲିସ୍ ଜବତ କରିଥିବା ଜଣାପଡିଛି |
ସୂଚନାଯୋଗ୍ୟ, ଚଳିତ ମାସ ୧୮ ତାରିଖ ରାତିରେ ବ୍ରହ୍ମପୁରର ଗିରି ରୋଡ୍ ଅଞ୍ଚଳରେ ଉମେଶ ରଥଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଉମେଶ ନିଜ ବାନ୍ଧବୀଙ୍କ ସହ ସ୍କୁଟରରେ ଯାଉଥିବା ବେଳେ ତାଙ୍କୁ ରାସ୍ତାରେ ପକାଇ ବାଡ଼ିରେ ନିର୍ମମ ଭାବେ ପିଟିଥିଲେ ଦୁର୍ବୁତ୍ତ | ଗୁରୁତର ଭାବେ ଆହତ ହୋଇଥିବା ଉମେଶ ଏବେ ବିଶାଖାଟନମରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

