Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସବ୍ୟସାଚୀ ଅମିତାଭଙ୍କ ନାଁ ରେ କେନ୍ଦୁଝର ରେ ଜାତିଗତ ମାମଲା ରୁଜୁ. ଭାରତୀୟ ଜନତା ପାର୍ଟିକୁ ଆକ୍ଷେପ କରି ଫସିଲେ କି!

ଭୁବନେଶ୍ୱର, ୨୧ | ୫ : ସାମଜିକ ଗଣାମଧ୍ୟମରେ ସାଧାରଣ ଲୋକଙ୍କର ଅଭାବ ଅସୁବିଧା ବିଷୟରେ ଲୋକମାନଙ୍କ ସାମ୍ନାକୁ ଆଣୁଥିବା ସୋସିଆଲ କ୍ରିଏଟର ସବ୍ୟସାଚୀ ଅମିତାଭଙ୍କୁ ଗିରଫ କରିଛି ପୋଲିସ | ତାଙ୍କ ନାମରେ ଜାତିଆଣ ମାମଲା ହୋଇଛି | କେନ୍ଦୁଝର ସର୍କିଟ ହାଉସର ଚୌକିଦାର ଏନେଇ କେନ୍ଦୁଝର ଥାନାରେ ଲିଖିତ ଭାବେ ଅଭଯୋଗ ଦାଖଲ କରିଛନ୍ତି | ଯେଉଁଥିରେ ସେ ଲେଖିଛନ୍ତିଯେ, ସବ୍ୟସାଚୀ ଅମିତାଭ ତାଙ୍କୁ ଜାତିକୁ ନେଇ ଆକ୍ଷେପ କରିଛନ୍ତି |

ନିକଟ ଅତୀତରେ ସେ ଓଡ଼ିଶା ସରକାରଙ୍କର ଦୋଷ ଦୁର୍ବଳତାକୁ ନେଇ କଡା ସମାଲୋଚନା କରି ଆସୁଥିଲେ | ତେଣୁ ସରକାରଙ୍କୁ ଆକ୍ଷେପ କରିଥିବା ଯୋଗୁଁ ଏପରି ହୋଇଥାଇ ପାରେ ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି ଲୋକେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ