Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେୟୁଡ଼ବ୍ଲୁଜେ ଯାଜପୁର ଜିଲ୍ଲାର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ

କଳିଙ୍ଗ ୟୁନିଅନ ଅଫ୍ ୱାକିଙ୍ଗ୍ ଜଣ୍ଣାଲିଷ୍ଟ ତରଫରୁ ଯାଜପୁର ଜିଲ୍ଲା ଛତିଆ ଅମରାବତୀ ମଣ୍ଡପ ଠାରେ ଜିଲ୍ଲା ସାଧାରଣ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଙ୍ଘର ରାଜ୍ୟ ସଭାପତି ମନୋଜ ଦାସ୍ ଯୋଗଦେଇଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ରାଜକିଶୋର ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ସଙ୍ଘର ରାଜ୍ୟ ଉପସଭାପତି ସୈରଭ୍ ପଟ୍ଟନାୟକ,ଦୁଃଶାସସନ ନାୟକ,ବିନାୟକ ମିଶ୍ର, କୋଷାଧ୍ୟକ୍ଷ ସୁବାଷ ସ୍ୱାଇଁ, ରାଜ୍ୟ କାରଯ୍ୟକାରିଣୀ ସଦସ୍ୟ,ସୂର୍ଯ୍ୟକାନ୍ତ ପ୍ରଧାନ , ମନ୍ମଥ ମହାରଣା, ଆର୍ତତ୍ରାଣ ମହାନ୍ତି ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ବୈଠକ ରେ ଯାଜପୁର ଜିଲ୍ଲାରେ ସଙ୍ଘ କିଭଳି ଭାବରେ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଗୁଡିକୁ ବୁଝିବା ସହିତ ଏହାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ସେ ସମ୍ବୋଧରେ ଆଲୋଊ କରାଯାଇଥିଲା । ପରେ ଯାଜପୁର ଜିଲ୍ଲାର ଶାଖାର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ନିର୍ବାଚନ ରେ ଜିଲ୍ଲା ସଭାପତି ବିମଳେନ୍ଦୁ ବେହୁରା , ସାଧାରଣ ସମ୍ପାଦକ ଅନନ୍ତ କିଶୋର ସ୍ୱାଇଁ , ଉପସଭାପତି ହୃଷୀକେଶ ପୃଷ୍ଟି ଓ କପିଳେନ୍ଦ୍ର ମହାନ୍ତ , କୋଷାଧ୍ୟକ୍ଷ ବସନ୍ତ କୁମାର ପଲେଇ , ସାଙ୍ଗଠନିକ ସମ୍ପାଦକ ଦିଲ୍ଲୀପ କୁମାର ବରାଳ ଙ୍କୁ ନିର୍ବାଚିତ କରାଯାଇଥିଲା । ଉପଦେଷ୍ଟା ମଣ୍ଡଳୀ ରେ ମନ୍ମଥ କୁମାର ମହାରଣା ଓ ନୀଳମାଧବ ନାୟକଙ୍କୁ ସର୍ବସମ୍ମୋତୀ କ୍ରମେ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ଜୟ କାନ୍ତ ରାଉତ ପରି ଚାଳନା କରିଥିବା ବେଳେ କମଳା କାନ୍ତ ପାଲ୍, ତପନ ପୃଷ୍ଟି , ପ୍ରଦ୍ୟୁମ୍ନ ଓଝା, ସୈମ୍ୟରଞନ ବାରିକ ପ୍ରମୁଖ ସହୋଯୋଗ କରିଥିଲେ । ଛତିଆ ପଞ୍ଚାୟତର ସରପଞ୍ଚ ରମେଶ ପୃଷ୍ଟି ଙ୍କୁ ସଙ୍ଘ ତରଫରୁ ଉତୋରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟଜିତ ଦାଶ୍ ଧନ୍ୟବାଦ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ