Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ବଢ଼ିଲା ସାଧାରଣ ଲୋକଙ୍କ ଚିନ୍ତା

ମେ ୨୩ ତାରିଖରୁ ଦେଶରେ ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ନୂତନ ଦର ଅନୁଯାୟୀ, ପେଟ୍ରୋଲ ଲିଟର ପିଛା ୯୧ ପଇସା ଏବଂ ଡିଜେଲ ୮୬ ପଇସା ବଢ଼ିଛି। ଏହା ପୂର୍ବରୁ ମେ ୧୯ ତାରିଖରେ ମଧ୍ୟ ପେଟ୍ରୋଲ ୮୭ ପଇସା ଓ ଡିଜେଲ ୯୧ ପଇସା ବଢ଼ିଥିଲା। ଲଗାତାର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ଚାପ ବଢ଼ିଛି।

ନୂତନ ମୂଲ୍ୟ ଲାଗୁ ହେବା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୮.୬୪ ଟଙ୍କାରୁ ବଢ଼ି ୯୯.୫୧ ଟଙ୍କା ହୋଇଛି। ସେହିପରି ଡିଜେଲ ଦର ୯୧.୫୮ ଟଙ୍କାରୁ ବଢ଼ି ୯୨.୪୯ ଟଙ୍କାରେ ପହଞ୍ଚିଛି। ତୈଳ ଦର ବୃଦ୍ଧିର ପ୍ରଭାବ ଦୈନିକ ଜୀବନରେ ପଡ଼ିବା ସହ ପରିବହନ ଓ ଆବଶ୍ୟକ ସାମଗ୍ରୀ ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଏହି ଦର ବୃଦ୍ଧିର ପ୍ରମୁଖ କାରଣ ବୋଲି କୁହାଯାଉଛି। ଇରାନ-ଆମେରିକା ମଧ୍ୟରେ ତଣାତଣି ଓ ହର୍ମୁଜ ପ୍ରଣାଳୀର ଅସ୍ଥିର ପରିସ୍ଥିତି ଯୋଗୁ ଭାରତରେ ଅଶୋଧିତ ତେଲ ଯୋଗାଣ ପ୍ରଭାବିତ ହେଉଛି। ସେହିପରି ରୁଷିଆରୁ ତେଲ ଆମଦାନୀ ଉପରେ ଲାଗିଥିବା ପ୍ରତିବନ୍ଧକ ମଧ୍ୟ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ