Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତ୍ରିକୋଣୀୟ ପ୍ରେମର ଭୟଙ୍କର ପରିଣତି! ବିଚ୍ ରାସ୍ତାରେ ମାଆ ଓ ମାମୁଁଙ୍କୁ ଗୋଡ଼ାଇ ହାଣିଲା ପ୍ରେମିକ

ବାଲେଶ୍ୱରରେ ତ୍ରିକୋଣୀୟ ପ୍ରେମକୁ ନେଇ ଘଟିଛି ଏକ ସାଙ୍ଘାତିକ ଘଟଣା। ପ୍ରେମିକାକୁ ନେଇ ଦୁଇ ପ୍ରେମିକଙ୍କ ମଧ୍ୟରେ ବିବାଦ ଏମିତି ରୂପ ନେଇଥିଲା ଯେ, ଜଣେ ପ୍ରେମିକ ଅନ୍ୟ ପ୍ରେମିକଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ସଦର ଥାନା ଅନ୍ତର୍ଗତ ରେଳୱେ ଷ୍ଟେସନ୍ ପଛପଟ ଅଞ୍ଚଳରେ ବିଚ୍ ରାସ୍ତାରେ ଧାରୁଆ କଟୁରୀରେ ମାଆ ଓ ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଦରଦି ପୋଖରୀ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଜତିନ ପ୍ରଧାନ ଓ ତନବିର ଲେଙ୍କାଙ୍କର ପ୍ରେମ ସମ୍ପର୍କ ଥିଲା। ଜତିନ ବାରମ୍ବାର ଯୁବତୀଙ୍କୁ ଧମକ ଦେଉଥିବାରୁ ବିବାଦର ସମାଧାନ ପାଇଁ ସେ ଯୁବତୀଙ୍କୁ ଡାକିଥିଲା। ତେବେ ଯୁବତୀ ଏକା ନଯାଇ ତନବିରଙ୍କ ମାଆ ମିତା ଲେଙ୍କା ଓ ମାମୁଁ ସୋନମ ନାୟକଙ୍କୁ ସହିତ ନେଇ ପହଞ୍ଚିଥିଲେ। ଏଥିରେ ଉତ୍ତେଜିତ ହୋଇ ଜତିନ ପୂର୍ବରୁ ଆଣିଥିବା ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରିଥିଲା।

ରକ୍ତାକ୍ତ ଅବସ୍ଥାରେ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତ ପକ୍ଷର ଅଭିଯୋଗ ଆଧାରରେ ସହଦେବଖୁଣ୍ଟା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଜତିନ ପ୍ରଧାନକୁ ଗିରଫ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ