ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ।
କଳାହାଣ୍ଡି,୨୩/୦୫
ଭବାନୀପାଟଣା ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ଵାଦଶ ବୋର୍ଡ ପରୀକ୍ଷା ୨୦୨୬ ରେ ଛାତ୍ରଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ ବିଜ୍ଞାନ ବିଭାଗରେ ଅଭିଜିତ୍ ସରାଫ ୯୮.୩୪ % ପ୍ରତିଶତ ନମ୍ବର ରଖି ଜିଲ୍ଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ।ବିଜ୍ଞାନ ବିଭାଗରେ ସର୍ବମୋଟ ୨୫୫ ଜଣ ପରୀକ୍ଷା ଦେଇଥିବା ବେଳେ ୪ ଜଣ ୯୫% ପ୍ରତିଶତ ରୁ ଉର୍ଦ୍ଧ୍ବ , ୨୪ ଜଣ ୯୦% ପ୍ରତିଶତରୁ ଊର୍ଦ୍ଧ୍ୱ, ୧୫୧ ଜଣ ୮୦% ପ୍ରତିଶତରୁ ଊର୍ଦ୍ଧ୍ୱ ଓ ୨୧୬ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଅବସରରେ ୮୫% ପ୍ରତିଶତ ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ନେଇ ବିକାଶ ଉଇସଡ଼ମ ପାର୍କରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରାୟ ଏକଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଡେଇ ଥିଲେ ।ଅନୁଷ୍ଠାନ ତରଫରୁ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସମ୍ମାନିତ କରାଯାଇଥିଲା ।ଚଳିତ ବର୍ଷର ପରୀକ୍ଷା ଫଳାଫଳ ବିଗତ ବର୍ଷ ମାନଙ୍କର ରେକର୍ଡ ଭାଙ୍ଗିଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଲକ୍ଷ୍ମୀ ବିକାଶ ଅନୁଷ୍ଠାନ ସମୂହର ଚେୟାର ମ୍ୟାନ ଡି ନାଗେଶ୍ୱର ରାଓ, ନିର୍ଦ୍ଦେଶକ ଡି ଶ୍ୟାମ, ନିର୍ଦ୍ଦେଶକ ଡି ରାମ କୁମାର, ମୁଖ୍ୟ ଶିକ୍ଷା ଅଧିକାରୀ ଡି ବିଜୟା, ଡି ପଦ୍ମିନୀ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ତଥା ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ, ବିକାଶ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ ଅଦିତ୍ୟ ପଟ୍ଟନାୟକ , ବିବିଏ ବିସିଏ ଅଧ୍ୟକ୍ଷ ଡ଼ ସୁଦୀପ୍ତ ଜେନା ,ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ, ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବାସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ପରୀକ୍ଷା ଫଳାଫଳକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ନିଜର ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ। କିଭଳି ଭାବରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କମ୍ ମାର୍କ ରଖି ଥିଲେ ମଧ୍ୟ ବିକାଶ ଶିକ୍ଷାନୁଷ୍ଠାନର ଗୁଣାତ୍ମକ ଶିକ୍ଷା ପଦ୍ଧତି , ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ବଳରେ ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷାରେ ଉତ୍କୃଷ୍ଟ ଫଳ ଲାଭ କରିଛନ୍ତି ବୋଲି ଖୁସି ବ୍ୟକ୍ତ କରିବା ସହ ଅନୁଷ୍ଠାନର ମ୍ୟାନେଜମେଣ୍ଟ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି।

