Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାଆଁଳା ଝିଅ ଜନ୍ମ ହେବାରୁ ପୁଅ-ବୋହୂଙ୍କୁ ଘରୁ ତଡ଼ିଦେଲେ ପରିବାର, ଗାଁ ଦାଣ୍ଡରେ ଘୋଷାରି ମାଡ଼ ଅଭିଯୋଗ

ମାହାଙ୍ଗା ଥାନା ଅଞ୍ଚଳର ପଶୁଲୁଣ୍ଡା ଗ୍ରାମରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଯାଆଁଳା କନ୍ୟା ସନ୍ତାନ ଜନ୍ମ ହେବା ପରେ ବୋହୂଙ୍କୁ ନିର୍ଯାତନା ଦେବା ସହ ପୁଅ-ବୋହୂଙ୍କୁ ଘରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି। ଏପରିକି ଗାଁ ଦାଣ୍ଡରେ ଘୋଷାରି ମାଡ଼ ମାରାଯାଇଥିବା କଥା ମଧ୍ୟ ଥାନାରେ ଅଭିଯୋଗ ହୋଇଛି। ଘଟଣା ପରେ ଦମ୍ପତି ଦୁଇ ନବଜାତ ଝିଅଙ୍କୁ ନେଇ ଅସହାୟ ଅବସ୍ଥାରେ ଘର ଛାଡ଼ିଛନ୍ତି।

ଅଭିଯୋଗ ଅନୁସାରେ, ଚନ୍ଦ୍ରଶେଖର ଜେନା ଚାରି ବର୍ଷ ପୂର୍ବେ ପାର୍ବତୀ ଜେନାଙ୍କୁ ବିବାହ କରିଥିଲେ। କିଛି ଦିନ ତଳେ ପାର୍ବତୀ ଯାଆଁଳା କନ୍ୟା ସନ୍ତାନଙ୍କୁ ଜନ୍ମ ଦେବା ପରେ ଶାଶୂଘର ଲୋକଙ୍କ ଆଚରଣ ବଦଳିଯାଇଥିଲା। ଦୁଇଟି ଝିଅ ହେବାକୁ ନେଇ ପାର୍ବତୀଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିବା ସହ ଶିଶୁମାନଙ୍କୁ ମାରିଦେବାକୁ କୁହାଯାଉଥିଲା ବୋଲି ଅଭିଯୋଗ ହୋଇଛି। ଏନେଇ ପାର୍ବତୀଙ୍କ ପରିବାର ଲୋକ ଶାଶୂଘରେ ପହଞ୍ଚି ପଚାରାଉଚରା କରିବା ପରେ ବିବାଦ ତୀବ୍ର ରୂପ ନେଇଥିଲା।

ପାର୍ବତୀଙ୍କ ସ୍ୱାମୀ ଚନ୍ଦ୍ରଶେଖର ବିରୋଧ କରିବାରୁ ଶଶୁର, ଶାଶୂ ଓ ନଣନ୍ଦ ମିଶି ତାଙ୍କୁ ଓ ପାର୍ବତୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଏହାସହ ପାର୍ବତୀଙ୍କ ବାପା ଓ ଭାଇଙ୍କୁ ମଧ୍ୟ ମାଡ଼ ମାରାଯାଇଥିବା କୁହାଯାଇଛି। ଘଟଣା ପରେ ମାହାଙ୍ଗା ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। ପୁଲିସ କହିଛି, ଅଭିଯୁକ୍ତମାନେ ଫେରାର ଥିବାରୁ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ