Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କଲେ କି ଜର୍ଜିଆ ମେଲୋନି? ‘ମେଲୋଡି’ ଫ୍ୟାନଙ୍କ ମଧ୍ୟରେ ଚର୍ଚ୍ଚା

ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଥିବା ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

କିଛି ୟୁଜର ଦେଖିଥିବା ସ୍କ୍ରିନଶଟ୍‌ ଅନୁସାରେ, ମେଲୋନିଙ୍କ ଇନଷ୍ଟାଗ୍ରାମ ଫୋଲା ଲିଷ୍ଟରେ ‘Modi’ ନାମ ଦେଖାଯାଉନାହିଁ। ଏହା ପରେ “Melodi” ଫ୍ୟାନମାନଙ୍କ ମଧ୍ୟରେ ନାନା ପ୍ରକାର ଆଲୋଚନା ଆରମ୍ଭ ହୋଇଛି। ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ବୟାନ ଆସିନାହିଁ।

କିଛି ଦିନ ପୂର୍ବରୁ ମୋଦୀଙ୍କ ଇଟାଲୀ ଗସ୍ତ ସମୟରେ ଦୁଇ ନେତାଙ୍କ ମଧ୍ୟରେ ହସଖୁସି ମୁହୂର୍ତ୍ତ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ମେଲୋନି ଶେୟର କରିଥିବା ସେଲ୍ଫି ଭିଡିଓ ଓ “Melodi” ହ୍ୟାସଟ୍ୟାଗ୍ ବିଶ୍ୱସ୍ତରରେ ଟ୍ରେଣ୍ଡ କରିଥିଲା।

ଏହା ସହିତ ମୋଦୀ ମେଲୋନିଙ୍କୁ ‘Melody’ ଟଫି ଉପହାର ଦେଇଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ସ ଓ ମଜାଦାର ପୋଷ୍ଟ ଦେଖିବାକୁ ମିଳିଥିଲା।

ତେବେ ଇନଷ୍ଟାଗ୍ରାମରେ ଏହି Follow ତାଲିକା ପରିବର୍ତ୍ତନ ଇଚ୍ଛାକୃତ କି ନା କୌଣସି ଟେକ୍ନିକାଲ ସମସ୍ୟା, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଏପର୍ଯ୍ୟନ୍ତ ଦୁଇ ଦେଶର କୌଣସି ଅଧିକାରିକ ପକ୍ଷରୁ ପ୍ରତିକ୍ରିୟା ଆସିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ