Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିକୁ ବଡ଼ ଝଟକା: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ

ବିଜୁ ଜନତା ଦଳକୁ ବଡ଼ ଝଟକା ଦେଇ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଦିଲ୍ଲୀସ୍ଥିତ ବିଜେପି ଜାତୀୟ ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ପଦ୍ମ ଶିବିରରେ ଯୋଗ ଦେଇଥିବା ବେଳେ ବିଜେପିର ବରିଷ୍ଠ ନେତୃତ୍ୱ ତାଙ୍କୁ ସ୍ୱାଗତ କରିଛନ୍ତି।

ଗତକାଲି ଦେବାଶିଷ ବିଜେଡିରୁ ଇସ୍ତଫା ଦେଇଥିଲେ। ଦଳ ଛାଡ଼ିବା ପରେ ସେ ବିଜେଡି ନେତୃତ୍ୱ ଓ ଭିକେ ପାଣ୍ଡିଆନଙ୍କୁ ନେଇ କଟୁ ସମାଲୋଚନା କରିଥିଲେ। ଲୋକଙ୍କ ସ୍ୱାର୍ଥ ଓ ରାଜ୍ୟର ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି କଠିନ ନିଷ୍ପତ୍ତି ନେଇଥିବା କହିଥିଲେ।

ବିଜେପିରେ ଯୋଗଦେବା ପୂର୍ବରୁ ଦେବାଶିଷ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ତାଙ୍କ ଏହି ପଦକ୍ଷେପ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories