Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ୨ ଦିନ ଗୁଳୁଗୁଳି ଜାରି: ପଶ୍ଚିମ ଓଡ଼ିଶାକୁ ହିଟ୍‌ୱେଭ୍ ୱାର୍ଣ୍ଣିଂ, ପରେ ବଦଳିବ ପାଗ

ପଶ୍ଚିମ ଓଡ଼ିଶାରେ ପୁଣିଥରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଦେଖିବାକୁ ମିଳିଛି । ଯଦିଓ ଗତ କିଛି ଦିନ ଧରି ହୋଇଥିବା କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ତାତିରୁ ଆଶ୍ୱସ୍ତି ମିଳିଥିଲା, ତଥାପି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଏବେ ମଧ୍ୟ ଉଚ୍ଚ ରହିଛି । ଆଗାମୀ ଦୁଇ ଦିନ ଯାଏଁ ଗୁଳୁଗୁଳି ଅବସ୍ଥା ଜାରି ରହିବା ସହ ଉପକୂଳ ଜିଲ୍ଲାଗୁଡ଼ିକରେ ଉଷ୍ମ ଓ ଆର୍ଦ୍ର ପାଗ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି ।

ଆଜି ପାଇଁ ସମ୍ବଲପୁର, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କଳାହାଣ୍ଡି, ନୂଆପଡ଼ା, ଝାରସୁଗୁଡ଼ା ସହ କିଛି ଜିଲ୍ଲାରେ ଉଷ୍ମ ରାତ୍ରି ଏବଂ ଅତ୍ୟଧିକ ଗରମ ପାଇଁ ସତର୍କ ସୂଚନା ଦିଆଯାଇଛି । ଉପକୂଳ ଅଞ୍ଚଳର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରେ ଉଷ୍ମ ଓ ଆର୍ଦ୍ର ପାଗ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାର ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ସମ୍ବଲପୁରରେ ସର୍ବାଧିକ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଟିଟିଲାଗଡ଼, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା, ବୌଦ୍ଧ ଓ ବରଗଡ଼ରେ ମଧ୍ୟ ପାରଦ ୪୨ ଡିଗ୍ରୀ ଉପରେ ରହିଥିଲା । ଏପଟେ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆସନ୍ତା ଦୁଇ ଦିନ ପରେ ପାଗରେ ପରିବର୍ତ୍ତନ ଆସିପାରେ ଏବଂ ମୌସୁମୀ ପ୍ରଭାବ ଧୀରେ ଧୀରେ ବଢ଼ିବାର ସମ୍ଭାବନା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ