Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଟାର ବଡ଼ ଘୋଷଣା; ଏବେ ଟଙ୍କା ଦେଲେ ଚାଲିବ ଫେସବୁକ୍-ଇନଷ୍ଟା-ହ୍ୱାଟ୍ସଆପ୍; ଫ୍ରି ସେବା ଶେଷ !

ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଏଣିକି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ Facebook, Instagram ଏବଂ WhatsApp ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ଟଙ୍କା ଦେବାକୁ ପଡ଼ିପାରେ। ମେଟା କମ୍ପାନୀ ପକ୍ଷରୁ ବିଶ୍ୱସ୍ତରରେ ନୂଆ ପେଡ୍ ସବସ୍କ୍ରିପସନ ପ୍ଲାନ୍ ଘୋଷଣା କରାଯାଇଛି। ଏହି ପ୍ଲାନ୍ ମାଧ୍ୟମରେ ପ୍ରିମିୟମ ୟୁଜର୍ସଙ୍କୁ ଅନେକ ଏକ୍ସକ୍ଲୁସିଭ୍ ଓ ଆଡଭାନ୍ସ ଫିଚର୍ସ ମିଳିବ।

ଏଲନ୍ ମସ୍କଙ୍କ ‘X’ ପ୍ଲାଟଫର୍ମ ପରେ ଏବେ ମେଟା ମଧ୍ୟ ସବସ୍କ୍ରିପସନ ଆଧାରିତ ସେବା ଆରମ୍ଭ କରିଛି। ମେଟାର ପ୍ରଡକ୍ଟ ହେଡ୍ ନାଓମି ଗ୍ଲେଟ୍ ଏହି ନୂଆ ସେବା ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିଛନ୍ତି। କମ୍ପାନୀ ଏବେ କେବଳ ବିଜ୍ଞାପନ ଉପରେ ନିର୍ଭର ନକରି ନୂଆ ରାଜସ୍ୱ ମଡେଲ୍ ଆପଣାଇବାକୁ ଯାଉଛି।

ମେଟା ପକ୍ଷରୁ କୁହାଯାଇଛି ଯେ Facebook Plus, Instagram Plus ଏବଂ WhatsApp Plus ଭଳି ପ୍ରିମିୟମ ଭର୍ସନ୍ ଆଣାଯିବ। ଏହା ସହ କ୍ରିଏଟର୍ସ, ବିଜନେସ୍ ଏବଂ Meta AI ୟୁଜର୍ସଙ୍କ ପାଇଁ ମଧ୍ୟ ନୂଆ ସବସ୍କ୍ରିପସନ ଟେଷ୍ଟିଂ ଆରମ୍ଭ ହୋଇଛି। ସାଧାରଣ ୟୁଜର୍ସଙ୍କ ତୁଳନାରେ ପ୍ରିମିୟମ ୟୁଜର୍ସଙ୍କୁ ଅଧିକ କଷ୍ଟମାଇଜେସନ ଓ ସ୍ପେଶାଲ୍ ଫିଚର୍ସ ମିଳିବ।

ମେଟା ଆଗାମୀ ଦିନରେ ‘Meta One’ ନାମରେ ଏକ ନୂଆ ସବସ୍କ୍ରିପସନ ସେବା ମଧ୍ୟ ଆଣିବାକୁ ଯାଉଛି। ଏହା ଅଧୀନରେ କ୍ରିଏଟର୍ସ ଓ ବିଜନେସ୍ ପାଇଁ ପ୍ରଫେସନାଲ୍ ପ୍ଲାନ୍ ଏବଂ AI ଫୋକସଡ୍ ପ୍ଲାନ୍ ଲଞ୍ଚ କରାଯିବ।

Facebook ଏବଂ Instagram Plus ୟୁଜର୍ସଙ୍କୁ ଅନେକ ନୂଆ ସୁବିଧା ମିଳିବ। ଷ୍ଟୋରି କିଏ ଦେଖିଛି ତାହା ସର୍ଚ୍ଚ କରି ଜାଣିପାରିବେ। କେତେଜଣ ଦ୍ୱିତୀୟ ଥର ଷ୍ଟୋରି ଦେଖିଛନ୍ତି ତାହା ମଧ୍ୟ ଜଣାପଡ଼ିବ। Close Friends ପାଇଁ ଅନଲିମିଟେଡ୍ ଅଡିଏନ୍ସ ଲିଷ୍ଟ ତିଆରି କରିପାରିବେ। ସପ୍ତାହକୁ ଥରେ ଷ୍ଟୋରିକୁ Spotlight କରି ଅଧିକ ଭ୍ୟୁଜ୍ ମିଳିବାର ସୁବିଧା ରହିବ।

ଏହାଛଡ଼ା ଷ୍ଟୋରିକୁ 24 ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରୋଫାଇଲରେ ରଖିପାରିବେ। ନିଜ ନାଁ ଭ୍ୟୁଅର୍ ଲିଷ୍ଟରେ ନଆସି ମଧ୍ୟ ଅନ୍ୟମାନଙ୍କ ଷ୍ଟୋରି ପ୍ରିଭ୍ୟୁ ଦେଖିବା ସୁବିଧା ମିଳିବ। ସୁପର ହାର୍ଟ ଆନିମେଟେଡ୍ ରିଆକ୍ସନ, କଷ୍ଟମ୍ ଆପ୍ ଆଇକନ୍, ଷ୍ଟାଇଲିସ୍ ବାୟୋ ଫଣ୍ଟ ଏବଂ ଏକ୍ସଟ୍ରା ପିନ୍ ଭଳି ଫିଚର୍ସ ମଧ୍ୟ ଯୋଡ଼ାଯିବ।

ୟୁଜର୍ସ ନିଜ ଫଲୋଅର୍ସଙ୍କ ଫିଡ୍‌ରେ ନ ଦେଖାଇ ସିଧାସଳଖ ପ୍ରୋଫାଇଲରେ ପୋଷ୍ଟ କରିବା ଓ ତାହାକୁ Highlight କରିବାର ସୁବିଧା ମଧ୍ୟ ପାଇବେ।

ଅନ୍ୟପଟେ WhatsApp Plus ୟୁଜର୍ସଙ୍କୁ ଆକର୍ଷଣୀୟ ଥିମ୍ସ, କଷ୍ଟମ୍ ରିଙ୍ଗଟୋନ୍, ଅଧିକ ଚାଟ୍ ପିନ୍ କରିବାର ସୁବିଧା, ଲିଷ୍ଟ କଷ୍ଟମାଇଜେସନ ଓ ପ୍ରିମିୟମ ଷ୍ଟିକର୍ସ ଭଳି ସୁବିଧା ମିଳିବ।

Meta AI ୟୁଜର୍ସଙ୍କ ପାଇଁ ମେଟା ଦୁଇଟି ପୃଥକ ପ୍ଲାନ୍ ଟେଷ୍ଟ କରୁଛି। Meta One Plus ର ମୂଲ୍ୟ ପ୍ରତି ମାସ 7.99 ଡଲାର ଏବଂ Meta One Premium ର ମୂଲ୍ୟ 19.99 ଡଲାର ରଖାଯାଇଛି। ପ୍ରିମିୟମ ପ୍ଲାନରେ ଅଧିକ କମ୍ପ୍ୟୁଟିଂ କ୍ୟାପାସିଟି ଓ ଆଡଭାନ୍ସ AI ସୁବିଧା ମିଳିବ।

ମେଟାର ଏହି ନୂଆ ପଦକ୍ଷେପ ଆଗାମୀ ଦିନରେ ସୋସିଆଲ ମିଡିଆ ବ୍ୟବହାରର ଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories