ଖୋଲିପାରେ ହର୍ମୁଜ ପ୍ରଣାଳୀ, କମିପାରେ ଇନ୍ଧନ ଦର; ଭାରତ ପାଇଁ ଆଶ୍ୱସ୍ତି
ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ତିକ୍ତତା କମିବାର ସଙ୍କେତ ମିଳୁଥିବା ବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ଆରମ୍ଭ କରିଛି। ଉଭୟ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସମ୍ଭାବନା ବଢ଼ୁଥିବାରୁ ହର୍ମୁଜ ପ୍ରଣାଳୀ ପୁଣି ଥରେ ସାଧାରଣ ଜାହାଜ ଚଳାଚଳ ପାଇଁ ଖୋଲିପାରେ ବୋଲି ଆଶା କରାଯାଉଛି। ଏହା ହେଲେ ଭାରତ ସମେତ ବିଭିନ୍ନ ଦେଶକୁ ଇନ୍ଧନ ଯୋଗାଣ ସ୍ୱାଭାବିକ ହେବ ଏବଂ ତୈଳ ଓ ଗ୍ୟାସ ସଙ୍କଟରୁ ଆଶ୍ୱସ୍ତି ମିଳିପାରେ।
ବିଶ୍ୱ ବଜାରରେ କ୍ରୁଡ ଅଏଲ ଦରରେ ଦୁଇ ପ୍ରତିଶତରୁ ଅଧିକ ହ୍ରାସ ଦେଖାଯାଇଛି। WTI ଓ ବ୍ରେଣ୍ଟ କ୍ରୁଡ ଦର ଗତ ଛଅ ସପ୍ତାହର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଆମେରିକା ପକ୍ଷରୁ ଇରାନ ସହ ଆଲୋଚନାର ସକାରାତ୍ମକ ସଙ୍କେତ ମିଳିଥିବା ବେଳେ ଇରାନ କହିଛି ଯେ ଏପର୍ଯ୍ୟନ୍ତ କୌଣସି
ବିଶେଷଜ୍ଞମାନଙ୍କ ମତରେ ହର୍ମୁଜ ପ୍ରଣାଳୀରେ ଅଟକି ରହିଥିବା ଶହ ଶହ ଜାହାଜ ଚଳାଚଳ ଆରମ୍ଭ ହେଲେ ବିଶ୍ୱବ୍ୟାପୀ ଇନ୍ଧନ ଯୋଗାଣ ବୃଦ୍ଧି ପାଇବ। ଏହାର ପ୍ରଭାବରେ ଅଶୋଧିତ ତୈଳ ଦର ଆହୁରି କମି ବ୍ୟାରେଲ ପିଛା ୮୦ ଡଲାର ତଳକୁ ଖସିପାରେ। ଦୀର୍ଘଦିନ ଧରି ଚାଲିଥିବା ଏହି ସଙ୍କଟ ଯୋଗୁଁ ବିଶ୍ୱ ବଜାରରେ ଇନ୍ଧନ ମହଜୁଦ ହ୍ରାସ ପାଇଥିବା ବେଳେ, ଶାନ୍ତି ଚୁକ୍ତି ହେଲେ ବିଶ୍ୱ ଅର୍ଥନୀତି ପାଇଁ ଏହା ବଡ଼ ଆଶ୍ୱସ୍ତି ଆଣିପାରେ।

