ଶଶୁର କୁ ହତ୍ୟାକରୀ ଜ୍ୟାଇଁ ଫେରାର
ା ଅସ୍ତରଙ୍ଗ ବ୍ଲକ ଅଧୀନ ସରିପୁର ପଞ୍ଚାୟତ ସିଦ୍ଧିପୁର ଗ୍ରାମ ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା l ମୁଦୁଗଲ ଗ୍ରାମ ର ୭୦ ବର୍ଷୀୟ ବୃଦ୍ଧ ଭ୍ରମର ନାୟକ ଯିଏ ନିକଟରେ ସିଦ୍ଧିପୁର ଗ୍ରାମ ରେ ଜାଗା କିଣି ସେଠି ଏକ ଗୃହ ନିର୍ମାଣ କରି ଥିଲେ l ତାଙ୍କ ର ତିନି ନମ୍ବର ଝିଅ ଦିଲ୍ଲୀ ରେ ପୂର୍ବରୁ କାମ କରି ସେଠି ଜଣକୁ ବିବାହ କରିଥୀବା ବେଳେ,ତାଙ୍କ ଜ୍ୱାଇଁ ତାଙ୍କ ଝିଅ କୁ ବାରମ୍ବାର ଅତ୍ୟାଚାର କରିବାରୁ ତାଙ୍କ ଝିଅ ଆସି ବାପା ଙ୍କ ନିକଟରେ ଆଶ୍ରୟ ନେଉଥିଲେ l ମାତ୍ର କିଛି ମାସ ହେବ ଭ୍ରମର ଙ୍କ ଦିଲ୍ଲୀ ଜ୍ୱାଇଁ ତାଙ୍କ ନାମ ସୁଫି ବୋଲି ଜଣାପଡିଛି ଆଉ ସେ ଜଣେ ମୁସଲିମ ସମ୍ପ୍ରଦାୟ ର ବୋଲି ଯାହା ଚର୍ଚ୍ଚା ହେଉଛି, ଆସି ସିଦ୍ଧିପୁର ରେ ନିଜ ସ୍ତ୍ରୀ ଓ ଗୋଟେ ଛୋଟ ପୁଅ ସହ ଶଶୁର ଭ୍ରମର ଙ୍କ ଘରେ ରହି ସେଠି ତାଙ୍କ ଜ୍ୱାଇଁ ଦିନ ମଜୁରୀ କାମ କରୁଥିଲେ l ଗତକାଲି ଜ୍ୱାଇଁ ଓ ଶଶୁର ନୂଆ ଘର ନିର୍ମାଣ ପାଖରେ ରହିଥିଲା ବେଳେ , ଆଜି ସକାଳୁ ଉଲଗ୍ନ ଅବସ୍ଥା ରେ ଏକ ଗହୀର ରେ ଥିବା ବୁଦା ନିକଟରେ ଭ୍ରମର ଙ୍କ ମୃତ ଶରୀର ଗ୍ରାମବାସୀ ଦେଖି ପୋଲିସ କୁ ସୂଚନା ଦେଇଥିଲେ l ବ୍ୟାଙ୍କ ରୁ ଲକ୍ଷାଧିକ ଟଙ୍କା ଉଠାଇଛନ୍ତି ବୋଲି ଶୁଣିବାକୁ ମିଳୁଛି, ଓ ଗୋଡି ଗଦା ନିକଟରେ ଭ୍ରମର ଙ୍କର ଲୁଙ୍ଗି ଆଉ ଗୋଡି ଉପରେ ରକ୍ତ ର ଦାଗ ମଧ୍ୟ ଦେଖିବାକୁ ମିଳିଛି l
ବର୍ତ୍ତମାନ ଭ୍ରମର ଙ୍କ ଅନ୍ୟ ଝିଅ ମନେ ସମ୍ପତି ତଥା ଅର୍ଥ ପାଇଁ ଦିଲ୍ଲୀ ଜ୍ୱାଇଁ ଏହି ଜଘନ୍ୟ ଘଟଣା ଘଟାଇଛନ୍ତି ବୋଲି ସନ୍ଦେହ କରାଯାଉଛି, ଅନ୍ୟ ପଟେ ଫରେନସିକ ଟିମ୍ ଘଟଣା ସ୍ଥଳରେ ଯାଞ୍ଚ କରୁଥିବା ବେଳେ ଅସ୍ତରଙ୍ଗ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି l

