Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୨ ବର୍ଷ ପରେ ବୃହସ୍ପତିଙ୍କ ମହାଗୋଚର! ଏହି ୪ ରାଶି ଉପରେ ଧନବର୍ଷା, ବଦଳିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଗୁରୁ ବୃହସ୍ପତି ଜୁନ୍ ୨ ତାରିଖ ରାତି ୨ଟା ୨୫ ମିନିଟ୍‌ରେ ମିଥୁନ ରାଶି ଛାଡ଼ି କର୍କଟ ରାଶିରେ ପ୍ରବେଶ କରିବେ। କର୍କଟ ବୃହସ୍ପତିଙ୍କ ଉଚ୍ଚ ରାଶି ହୋଇଥିବାରୁ ଏହି ଗୋଚରକୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ। ପ୍ରାୟ ୧୨ ବର୍ଷ ପରେ ଘଟୁଥିବା ଏହି ମହାସଂଯୋଗ ଅନେକ ରାଶିର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। ଭାଗ୍ୟ, ଧନ, ଶିକ୍ଷା, ବିବାହ ଓ ସନ୍ତାନ ସୁଖର କାରକ ବୃହସ୍ପତି ଅକ୍ଟୋବର ୩୧ ପର୍ଯ୍ୟନ୍ତ ନିଜର ସବୁଠାରୁ ଶକ୍ତିଶାଳୀ ସ୍ଥିତିରେ ରହିବେ।

ଏହି ଗୋଚରର ବିଶେଷ ଲାଭ ମିଥୁନ, ମକର, ବିଛା ଓ ମୀନ ରାଶିର ବ୍ୟକ୍ତିମାନେ ପାଇବେ ବୋଲି ଜ୍ୟୋତିଷୀମାନେ ମତ ଦେଇଛନ୍ତି। ମିଥୁନ ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଅଟକିଥିବା ଧନ ଫେରିପାରେ। ମକର ରାଶିର ବ୍ୟକ୍ତିମାନଙ୍କୁ ଚାକିରି ଓ ପଦୋନ୍ନତି କ୍ଷେତ୍ରରେ ବଡ଼ ସୁଯୋଗ ମିଳିପାରେ। ବିଛା ରାଶି ପାଇଁ ବ୍ୟବସାୟରେ ଲାଭ ଓ ସ୍ୱାସ୍ଥ୍ୟରେ ଉନ୍ନତିର ସମ୍ଭାବନା ରହିଥିବାବେଳେ ମୀନ ରାଶିର ଲୋକମାନଙ୍କ ସାମାଜିକ ପ୍ରତିଷ୍ଠା ବଢ଼ିବା ସହ ପୁରୁଣା ନିବେଶରୁ ଭଲ ଫଳ ମିଳିପାରେ।

ତେବେ ବୃହସ୍ପତିଙ୍କ ଏହି ଗୋଚର କେବଳ ଏହି ଚାରି ରାଶିକୁ ନୁହେଁ, ସମସ୍ତ ୧୨ ରାଶିକୁ କିଛି ନା କିଛି ପ୍ରଭାବିତ କରିବ। କେତେକ ରାଶି ପାଇଁ ଏହା ଧନଲାଭ ଓ ସଫଳତା ଆଣିବାକୁ ଥିବାବେଳେ ଅନ୍ୟ କେତେକ ରାଶିକୁ ଧୈର୍ଯ୍ୟ ଓ ସତର୍କତାର ସହ ଆଗକୁ ବଢ଼ିବାକୁ ପଡ଼ିବ। ଆସନ୍ତା ୧୩ ମାସ ମଧ୍ୟରେ ବୃହସ୍ପତିଙ୍କ ଏହି ଶୁଭ ଗୋଚର ଅନେକଙ୍କ ଜୀବନରେ ନୂଆ ସୁଯୋଗ ଓ ସଫଳତାର ଦ୍ୱାର ଖୋଲିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ