ଭୈରବ ଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଲଡୁଗାଁ ଦଳ ମ୍ୟାଚ ଚମ୍ପିଅନ।
କଳାହାଣ୍ଡି,୦୨/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ମା ମଙ୍ଗଳା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଲେଲିଗଣ୍ଡା ମିନି ଷ୍ଟାଡିୟମରେ ଚାଲିଥିବା ଭୈରବ ଦେବ କ୍ରିକେଟ ଟୁର୍ଣ୍ଣା ମେଣ୍ଟ ଫାଇନାଲ ମ୍ୟାଚ ଲଡୁଗାଁ ବନାମ ଆମପାଣି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ ରେ ଲଡୁଗାଁ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ୫ ଖେଳାଳି ହରାଇ ୧୭୬ ର ନ ସଂଗହ କରିଥିଲେ। ଜବାବ ରେ ଆମପାଣି ଦଳ ନିର୍ଦ୍ଧାରିତ ୧୨ ଓଭର ରେ ୭ ଖେଳାଳି ହରାଇ ମାତ୍ର ୧୧୩ ର ନ କରି ମ୍ୟାଚ ପରାଜିତ ହୋଇଥିଲେ। ଅମ୍ପିୟାର ଭାବେ କୁମୁଦ ଚନ୍ଦ୍ର ବେହେରା ସୁଶାନ୍ତ ସେଠି ମ୍ୟାଚ ପରିଚାଳନା କରିଥିଲେ। ଖେଳ ର ରୋଚକ ଧାରା ବିବରଣୀ ତୁଳସୀ ବାଗ ରମେଶ ବାରିକ ପ୍ରଦାନ କରିଥିବା ବେଳେ ସ୍କୋର ବୋର୍ଡ ସୁମିତ ବେହେରା ଅଜୟ ରାଉତ ପରିଚାଳନା କରିଥିଲେ।
ଟୁର୍ଣ୍ଣାମେଣ୍ଟ ର ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ଶିକ୍ଷକ ଭାଗ୍ୟବାନ ବାଗ, ସମ୍ମାନିତ ଅତିଥି ଭାବେ ବିଜେପି ଆମପାଣି ଯୋନ ମଣ୍ଡଳ ସଭାପତି ମଧୁବନ ପାତ୍ର,ସ୍ଥାନୀୟ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ, ଈଶ୍ୱର ଅଗସ୍ତି,ଗିରିଶ ଚନ୍ଦ୍ର ସରାବୁ,ହିମାଞ୍ଚଳ ପୁଝାରି, ସୁଧୀର ଧ. ମାଝୀ, ଟିକେଶ୍ୱର ବାଗ, ଭୁବନେଶ୍ୱର ଦିଶାରୀ,ବିନୋଦ ସିଂ,ଅମିତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମ୍ୟାଚ ପରିଶେଷରେ ଉଭୟ ବିଜେତା ଲଡୁଗାଁ ଓ ଉପ ବିଜେତା ଆମପାଣି ଦଳ କୁ ଟ୍ରଫି ପ୍ରଦାନ କରିଥିଲେ। ଆୟୋଜନ କମିଟି ପକ୍ଷରୁ କାର୍ତ୍ତିକ ଧ. ମାଝୀ, ରାହୁଲ ମାଝୀ,ଦୀପକ ମାଝୀ,ମିନିକେତନ ରାଉତ,ତ୍ରିନାଥ ମାଝୀ, ଖଗେଶ୍ୱର ନାଏକ,ଛବିଲ ଧ. ମାଝୀ, ରୂପେଶ ନାଏକ,ବବ୍ଲୁ ଦିଶାରୀ, କୁନୁ ମାଝୀ ସହଯୋଗ କରିଥିଲେ।

