କାଟ ଖାଇଲା ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି,ଗଣ ଅନଶନ ନେଇ ଥାନା ଅଧିକାରୀ ଙ୍କୁ ଦାବିପତ୍ର ଦେଲେ ମେଗାଲିଫ୍ଟ ଅଞ୍ଚଳ ର ଚାଷି।
କଳାହାଣ୍ଡି,୦୨/୦୬
କଳାହାଣ୍ଡି ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳ ଜୟପାଟଣା,କୋକସରା ଓ ଧର୍ମଗଡ ର ରବିଧାନ କରିଥିବା ଚାଷି ଚଳିତ ରବିଧାନ କ୍ରୟ ପଞ୍ଜିକରଣ ରୁ ବଞ୍ଚିତ ହୋଇ ଗତ ମାସ ୮ ତାରିଖ ଠାରୁ ମେଗାଲିଫ୍ଟ କୃଷକ ମଞ୍ଚ ଆନୁକୂଲ୍ୟରେ କୋକସରା ଠାରେ ରାସ୍ତା ଅବରୋଧ, ୨୦ ତାରିଖରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସହ ଗଣ ଧାରଣା ଜାରି ରଖିଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ସରକାର,ଜିଲ୍ଲା ପ୍ରଶାସନ ଙ୍କୁ ରବିଧାନ ବିକ୍ରି ପଞ୍ଜିକରଣ ପାଇଁ ଜିଲ୍ଲା ପ୍ରଶାସନ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଗତ ମାସ ୨୨ ତାରିଖରେ ଚାଷି ଙ୍କ ଆମରଣ ଅନଶନ ସମୟରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆନ୍ଦୋଳନ ସ୍ଥଳ ରେ ପହଞ୍ଚି ଚାଷି ଙ୍କୁ ୪ ଦିନ ର ସମୟ ମାଗିବା ସହ ପଞ୍ଜିକରଣ ନେଇ ନିର୍ଭର ପ୍ରତିଶ୍ରୁତି ଦେଇ ଆମରଣ ଅନଶନ ପ୍ରତ୍ୟାହୃତ କରିଥିଲେ। ତେବେ ଜିଲ୍ଲାପାଳ ଦେଇଥିବା ସମୟ ସୀମା ଅତିକ୍ରମ କରି ଯାଇଥିଲେ ମଧ୍ୟ ଚାଷି ଙ୍କୁ ଧାନ ବିକ୍ରି ପଞ୍ଜିକରଣ ନେଇ କୌଣସି ଆଶ୍ୱାସନା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିନାହିଁ। ଏହାର ପ୍ରତିବାଦ ସ୍ବରୂପ ଧାରଣା ରେ ଥିବା ମେଗାଲିଫ୍ଟ କୃଷକ ସଙ୍ଘ ପୁଣି ଆନ୍ଦୋଳନ କୁ ବ୍ୟାପକ କରିବାକୁ ଅଣ୍ଟା ଭିଡ଼ିଛି। ମଙ୍ଗଳବାର କୃଷକ ସଙ୍ଘ ର ଆବାହକ ରାଜୀବ କୁମାର ଅଗ୍ରୱାଲ,ସମ୍ପାଦକ ଦିଗାମ୍ବର ଦୁରିଆ ଙ୍କ ନେତୃତ୍ୱରେ ଶତାଧିକ ଚାଷି କୋକସରା ଥାନା ରେ ପହଞ୍ଚି କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ଗଣ ଅନଶନ ରେ ବସିବାକୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ଦୁର୍ଗା ନାଏକ,ଦେବେନ୍ଦ୍ର ପଣ୍ଡା, କିରଣ ସାହୁ, ସହଦେଵ ଦାସ,ଅନୁପ ପଣ୍ଡା, ମଦନ ବେମାଲ,ପ୍ରଣବ ବେହେରା, ଜୟଲାଲ ନାଏକ,ରୁଦ୍ର ନାଏକ,ସୁନୀଲ ସାହୁ,ସୁବ୍ରତ ସାହୁ,ଧବଳେଶ୍ବର ନାଗ, ମଙ୍ଗଲୁ ଚରଣ ଭାଟି,ସୁନୀଲ ଚନ୍ଦ୍ର ଦୁରିଆ,ରାମଚନ୍ଦ୍ର ପାଣିଗ୍ରାହୀ,ରବି ନାରାୟଣ ଦାସ,ଗୌତମ ଅଗ୍ରୱାଲ,ବିଷ୍ଣୁ ପ୍ରସାଦ ସାହୁ,ନିଳାମ୍ବର ବାରିକ,କେଶରୀ ନାଏକ,ବିଶ୍ୱନାଥ ପଟ୍ଟନାୟକ ସମେତ ଶତାଧିକ ଚାଷି ଉପସ୍ଥିତ ଥିଲେ।

