Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମମତାଙ୍କ ଧାରଣାକୁ ମିଳିଲାନି ବିଧାୟକଙ୍କ ସାଥ! ୮୦ରୁ ମାତ୍ର ୫ ଜଣଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଙ୍ଗଳବାର କୋଲକାତାର ଏସ୍‌ପ୍ଲାନାଡେଠାରେ ଧାରଣାରେ ବସିଥିଲେ। ଦଳର ନେତା ଓ କର୍ମୀଙ୍କ ଉପରେ ଭାଜପା ପକ୍ଷରୁ ଆକ୍ରମଣ ଓ ଧମକ ଦିଆଯାଉଥିବା ଅଭିଯୋଗ କରି ମମତା କହିଥିଲେ ଯେ, ସେ ଭାଜପା ବିରୋଧରେ ଲଢ଼େଇ ଜାରି ରଖିବେ।

ତେବେ ଏହି ଧାରଣାରେ ଦଳର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ମାତ୍ର ୫ ଜଣ ବିଧାୟକ ଯୋଗଦେଇଥିବା ଘଟଣା ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି କେବଳ ୩ ଜଣ ସାଂସଦ ଧାରଣାସ୍ଥଳରେ ଉପସ୍ଥିତ ଥିଲେ। ମମତା ଅଭିଯୋଗ କରିଛନ୍ତି ଯେ, ଭାଜପା କେବଳ ନିର୍ବାଚନ ଜିତିବାରେ ସୀମିତ ନ ରହି ଟିଏମସିକୁ ଭାଙ୍ଗିବା ପାଇଁ ମଧ୍ୟ ଉଦ୍ୟମ ଚଳାଇଛି।

ଏପଟେ ଦଳ ଭିତରେ ମତଭେଦ ବଢ଼ୁଥିବା ସଙ୍କେତ ମିଳୁଛି। ସୋମବାର ଦଳରୁ ବହିଷ୍କୃତ ହୋଇଥିବା ଦୁଇ ବିଧାୟକ ମଙ୍ଗଳବାର କେତେକ ଦଳୀୟ ବିଧାୟକଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି। ଧାରଣାରେ ଅଳ୍ପ ସଂଖ୍ୟକ ବିଧାୟକଙ୍କ ଉପସ୍ଥିତି ଏବେ ଟିଏମସିର ସାଙ୍ଗଠନିକ ସ୍ଥିତି ଓ ଆଭ୍ୟନ୍ତରୀଣ ଏକତାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ