Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ଟିକେଟ୍‌, ବିଜେପି ପ୍ରାର୍ଥୀ ଭାବେ ଘୋଷଣା

ପୂର୍ବତନ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଏହି ଘୋଷଣା କରିଛନ୍ତି। କିଛିଦିନ ପୂର୍ବରୁ ଦେବାଶିଷ ବିଜେଡି ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଆସନ ପାଇଁ ଜୁନ୍ ୧୮ରେ ଉପନିର୍ବାଚନ ହେବ।

ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଜୁନ୍ ୧ରୁ ଆରମ୍ଭ ହୋଇଥିବାବେଳେ ଜୁନ୍ ୮ ହେଉଛି ଶେଷ ତାରିଖ। ଦେବାଶିଷ ସାମନ୍ତରାୟ ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ନାମାଙ୍କନ ଦାଖଲ କରିପାରନ୍ତି। ବିଧାନସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ଥିବାରୁ ତାଙ୍କ ବିଜୟ ପ୍ରାୟ ନିଶ୍ଚିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଓଡ଼ିଶା ସହିତ ବିଜେପି ଅନ୍ୟାନ୍ୟ ରାଜ୍ୟ ପାଇଁ ମଧ୍ୟ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି। ଗୁଜରାଟର ୪ଟି ଆସନ ପାଇଁ ରାଜୁଭାଇ ପଟେଲ, ମୁକେଶଭାଇ ରଥୱା, ମାନସିଂ ପରମାର ଓ ଜିତେନ୍ଦ୍ର କାଞ୍ଜାରିଆଙ୍କୁ ଟିକେଟ୍ ଦିଆଯାଇଛି। ସେହିପରି ଅରୁଣାଚଳ ପ୍ରଦେଶରୁ ତାଇ ତାଗାକ, ମଣିପୁରରୁ ଏ. ଶାରଦା ଦେବୀ ଏବଂ ମଧ୍ୟପ୍ରଦେଶରୁ ତରୁଣ ଚୁଗ୍ ଓ ରଜନୀଶ ଅଗ୍ରୱାଲଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ