Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଟ୍ରିବ୍ୟୁନାଲ ଟିମ୍ ଯିବା ପରେ ରଙ୍ଗ ଦେଖାଇଲା ଛତିଶଗଡ; ବନ୍ଦ କଲା କଲ୍‌ମା ଗେଟ୍

ଭୁବନେଶ୍ବର: ଏଇ କିଛି ଦିନ ହେବ ମହାନଦୀ ପାଣିକୁ ନେଇ ସ୍ଥିତି ଅନୁଧ୍ୟାନ କରୁଥିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ। ଓଡ଼ିଶାରୁ ଟ୍ରିବ୍ୟୁନାଲ ଟିମ ଫେରିଯିବା ପରେ ରଙ୍ଗ ଦେଖାଇବା ଆରମ୍ଭ କରିଛି ଛତିଶଗଡ଼। ଟ୍ରିବ୍ୟୁନାଲ ଟିମ ଯିବା ପରେ ବନ୍ଦ କରିଦେଇଛି କଲମା ଗେଟ୍ । ଟ୍ରିବ୍ୟୁନାଲ ଟିମଙ୍କ ଇନ୍‌ସ୍ପେକସନ ବେଳେ କଲମା ବ୍ୟାରେଜର ଏକକାଳୀନ ୧୭ଟି ଗେଟକୁ ଖୋଲିଥିଲା ଛତିଶଗଡ଼ ।

ଏବେ ଟିମର ଗସ୍ତ ଶେଷ ହେବା ପରେ ମାତ୍ର ୨ଟି ଗେଟ୍ ଖୋଲାଯାଇଛି । ତଳ ମୁଣ୍ଡର ଶିଳ୍ପାନୁଷ୍ଠାନକୁ ପାଣି ଯୋଗାଇବା ପାଇଁ ଗୋଟିଏ ଗେଟ୍ ଖୋଲିଥିବା ଜଣାପଡ଼ିଛି । ଏହା ଦ୍ୱାରା କ୍ରମାଗତ ମାସେରୁ ଅଧିକ ହୀରାକୁଦକୁ ଦୈନିକ ଅଢେଇ ହଜାର କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ଆସୁଥିଲା । ଏବେ କିନ୍ତୁ ଏହା ହ୍ରାସ ପାଇଛି ।