Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ଶିଶୁ ବିଶେଷଜ୍ଞ ପଲଉ ପ୍ରଧାନଙ୍କ ପରଲୋକ: ଅନେକଙ୍କ ପାଇଁ ଥିଲେ ଆଶାର ଆଲୋକ।

କଳାହାଣ୍ଡି,୦୬/୦୬
ବରିଷ୍ଠ ଶିଶୁ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଡାକ୍ତର ପଲଉ ପ୍ରଧାନ (୭୦)ଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି। ତାମିଲନାଡୁର କୋଏମ୍ବାଟୁରର ଏକ ହୋଟେଲରେ ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ସେ ଶେଷନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି। ନିଜ ପରିବାର ସହିତ ସେ ଦକ୍ଷିଣ ଭାରତ ଭ୍ରମଣରେ ଯାଇଥିଲେ। ହେଲେ ଶନିବାର ସକାଳେ ସେ ଉଠିବା ପରେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ଏକ କପ ଚା’ ପିଇ ଶୋଇପଡ଼ିଥିଲେ ଯେ ଆଉ ଉଠି ନ ଥିଲେ। ଏହା ଥିଲା ତାଙ୍କର ଶେଷନିଦ୍ରା। ଡ. ପଲଉ ପ୍ରଧାନ କଳାହାଣ୍ଡି ଜିଲାର ଧର୍ମଗଡ଼, ଭବାନୀପାଟଣା ଓ ପାଷ୍ଟିକୁଡି ଭଳି ବିଭିନ୍ନ ଡାକ୍ତର ଖାନାରେ ରହି ନିଜ କାର୍ଯ୍ୟକୁ ସୂଚାରୁ ରୁପେ ପ୍ରତିପାଦନ କରିଥିଲେ। କେବଳ ସେ ଜଣେ ଡାକ୍ତର ନ ଥିଲେ, ବରଂ ଅନେକଙ୍କ ପାଇଁ ଏକ ଆଶାର ଆଲୋକ ଥିଲେ। ତାଙ୍କର କାର୍ଯ୍ୟଦକ୍ଷତା, ଦୟା ଏବଂ ନିଃସୱାର୍ଥପର ସେବା ସମାଜରେ ସ୍ବାସ୍ଥ୍ୟସେବାର ମାନକୁ ବଢ଼ାଇଥିଲା। ଆଜିର ଯୁଗରେ ଯେଉଁଠାରେ ଡାକ୍ତରୀ ଚିକିତ୍ସା ପ୍ରାୟତଃ ତରବରିଆ ହୋଇଯାଇଛି, ସେଠାରେ ଡାକ୍ତର ପ୍ରଧାନ ପ୍ରତ୍ୟେକ ଶିଶୁଙ୍କୁ ସମ୍ମାନର ସହ ଦେଖି, ତାଙ୍କ କଥାକୁ ଗଭୀର ଭାବରେ ଶୁଣି ଏବଂ ପ୍ରକୃତ ଯତ୍ନ ନେଇ ସମସ୍ତଙ୍କଠାରୁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ପରଲୋକ ଖବର ଶୁଣି କଳାହାଣ୍ଡି ଜିଲାରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ