Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ AEEଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ବ୍ୟାଙ୍କ ଲକରରୁ ମିଳିଲା ₹୨ କୋଟି ନଗଦ, ୫ କୋଠା ଠାବ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଶନିବାର ଏକାଧିକ ସ୍ଥାନରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ତାଙ୍କ ପତ୍ନୀଙ୍କ ନାମରେ ଥିବା ଦୁଇଟି ବ୍ୟାଙ୍କ ଲକରରୁ ₹୨ କୋଟି ନଗଦ ଟଙ୍କା ଜବତ ହୋଇଥିବା ବେଳେ ବିପୁଳ ପରିମାଣର ଅଚଳ ସମ୍ପତ୍ତି ଠାବ କରାଯାଇଛି।

ଭିଜିଲାନ୍ସ ତଦନ୍ତରେ ଭୁବନେଶ୍ୱର ଓ ଯାଜପୁରରେ ଥିବା ୫ଟି ବହୁତଳ କୋଠା ଚିହ୍ନଟ ହୋଇଛି। ଏଥିମଧ୍ୟରେ ନୀଳାଦ୍ରି ବିହାରରେ ୧୦,୫୦୦ ବର୍ଗଫୁଟ ବିଶିଷ୍ଟ ଚାରି ମହଲା କୋଠା, ଶୈଳଶ୍ରୀ ବିହାରରେ ତିନି ମହଲା କୋଠା ଏବଂ କାନନ ବିହାର, ଚନ୍ଦ୍ରଶେଖରପୁର ଓ ଯାଜପୁର ଜିଲ୍ଲା ପଣ୍ଡୁଆରେ ଦୁଇ ମହଲା କୋଠା ରହିଛି।

ଏହାବ୍ୟତୀତ ଭୁବନେଶ୍ୱର, ଯାଜପୁର ଓ ବାରିପଦାରେ ମୋଟ ୧୩ଟି ମୂଲ୍ୟବାନ ପ୍ଲଟ୍‌, ସୁନା ଅଳଙ୍କାର, ନଗଦ ଅର୍ଥ ଓ ଅନ୍ୟାନ୍ୟ ନିବେଶ ସମ୍ପର୍କିତ ଦସ୍ତାବିଜ ମଧ୍ୟ ଠାବ କରାଯାଇଛି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ଏବଂ ଆଗାମୀ ଦିନରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ