ଫୁପଗାଁ ପଞ୍ଚାୟତ ଠାରେ ମେଗାଲିଫ୍ଟ ଆନ୍ଦୋଳନ ନେତୃତ୍ୱ ନେଇଥିବା ଚାଷୀନେତା ଓ ଚାଷି ଙ୍କୁ ସମ୍ବର୍ଦ୍ଧନା ।
କଳାହାଣ୍ଡି,୦୭/୦୬
ରବିବାର କୋକସରା ବ୍ଲକ ଫୁଫଗାଁ ଠାରେ ଚାଷି ଙ୍କ ଆନ୍ଦୋଳନ ସଫଳ ହେବା ଖୁସିରେ ଏକ ସମ୍ବର୍ଦ୍ଧନା ସଭା ଫୁଫଗାଁ ସରପଞ୍ଚ ଗଜାନନ ପୁଝାରି ଙ୍କ ସଭାପତିତ୍ୱ ରେ ମଣ୍ଡି ରେ ଅନୁଷ୍ଠିତ ହୋଇଥିଲା। ମେଗାଲିଫ୍ଟ କୃଷକ ସଙ୍ଘ ଚାଷୀନେତା ମାନଙ୍କୁ ବାଜା ବଜାଇ ପାଛୋଟି ଆଣି ମଞ୍ଚ ରେ ସମ୍ବର୍ଦ୍ଧନା ଦିଆଯାଇଛି।
ଏହି ସମ୍ବର୍ଦ୍ଧନା ସଭା ରେ କୃଷକ ସଙ୍ଘ ନେତୃତ୍ୱ ନେଇଥିବା ଚାଷୀନେତା ରାଜୀବ କୁମାର ଅଗ୍ରୱାଲ,ସଭାପତି ପୁରୁଷୋତ୍ତମ ଗୁପ୍ତା ନିଜ ବକ୍ତବ୍ୟ ରେ ଏହି ଆନ୍ଦୋଳନ ସଫଳତାର ଶ୍ରେୟ ଚାଷିନେତା ଙ୍କ ନୁହେଁ,ଏହି ବିଜୟ ମେଗାଲିଫ୍ଟ ଅଞ୍ଚଳ ର ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକ ର ଚାଷି ଙ୍କ ମିଳିତ ଏକତା ର ବିଜୟ ବୋଳି ଚାଷୀନେତା ମାନେ କହିଥିଲେ। ଏହି ଅବସରରେ ଚାଷି ଆନ୍ଦୋଳନ ରେ ପ୍ରମୁଖ ଭୂମିକା ନେଇଥିବା ଚାଷି ସହଦେବ ଦାସ,ଖଗେଶ୍ଵର ପୁଝାରୀ, ଗୋବିନ୍ଦ ଚନ୍ଦ୍ର ନାଏକ, ନୀଳାମ୍ବର ବାରିକ,ଦୁର୍ଯ୍ଯୋଧନ ଜାଳ, ସୁନୀଲ ଦୁରିଆ,ସଞ୍ଜୟ ସିଙ୍ଗଲ୍, ଦୁର୍ଗା ପ୍ରସାଦ ନାଏକ,ପ୍ରଭୁଲାଲ ପଟେଲ, ଦୈତାରୀ ଭୋଇ,ମନୁରାଜ ପଟେଲ, ତୀର୍ଥରାଜ ଶବର, କାଶୀନାଥ ପୁଝାରୀ, ଅରକ୍ଷୀତ ଶବର, ଶ୍ଯାମ ସୁନ୍ଦର ଘି, ଲକ୍ଷ୍ମୀ ଚନ୍ଦନ, ଶ୍ୟାମସୁନ୍ଦର ମାଝୀ, ହେମନ୍ତ ଜାଲ,ଗଜାନନ ଚଣ୍ଡି, ରବି ନାରାୟଣ ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମଞ୍ଚ ପରିଚାଳନା ସାଧୁରାମ ପଟେଲ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ ଯେ,ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ ରୁ ଚଳିତ ବର୍ଷ ରବିଧାନ ଚାଷ କରିଥିବା ଚାଷି ରବିଧାନ ବିକ୍ରି ପାଇଁ ସରକାରୀ ଅନ ଲାଇନ ପି ପାସ ପୋର୍ଟାଲ ରେ କୌଣସି ତଥ୍ୟ ଉପଲବ୍ଧ ନହେବାରୁ ପଞ୍ଜିକରଣ ରୁ ବଞ୍ଚିତ ରହିଥିଲେ। ଦୀର୍ଘ ୧ ମାସ ଧରି ଚାଷି ଆନ୍ଦୋଳନ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୁ ଦାବି ଉପସ୍ଥାପନ କରିବା ପରେ ଶେଷରେ ଚାଷି ଙ୍କୁ ତାଙ୍କର ହକ ମିଳିଥିଲା। ଚାଷି ଙ୍କ ଟୋକନ ଆସିବା ପରେ ଚାଷି ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ।

