Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ବ୍ଲକ ଚିତ୍ରଶିଳ୍ପୀ ସଙ୍ଘ ର ସାଧାରଣ ବୈଠକ ଅନୁଷ୍ଠିତ।

କଳାହାଣ୍ଡି,୦୮/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ଧାନ ମଣ୍ଡି ପ୍ରାଙ୍ଗଣରେ ଧର୍ମଗଡ ବ୍ଲକ ଚିତ୍ରଶିଳ୍ପୀ ସଙ୍ଘ ର ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ସଙ୍ଘ ର ସଭାପତି ଅଜିତ କୁମାର ସେନାପତି ଙ୍କ ସଭାପତିତ୍ୱ ରେ ଜିଲ୍ଲା ଚିତ୍ର ଶିଳ୍ପୀ ସଙ୍ଘ ର ସଭାପତି ହଳଧର ନିଆଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଧର୍ମଗଡ ବ୍ଲକ ରେ ଥିବା ଚିତ୍ରଶିଳ୍ପୀ ସଙ୍ଘ ର ସଦସ୍ୟ ମାନେ ଯୋଗଦେଇ ଥିଲେ। ବୈଠକରେ ଚିତ୍ରଶିଳ୍ପୀ ମାନେ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ନିଜ ଅଞ୍ଚଳ ରେ ଅନ୍ୟ ଜିଲ୍ଲା ରୁ ଆସୁଥିବା ଚିତ୍ରଶିଳ୍ପୀ ଙ୍କୁ ବିରୋଧ କରିବା ସହ ସଙ୍ଘ ଦ୍ୱାରା ଆଗାମୀ ସମୟରେ ଶିଳ୍ପୀ ଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାର ଙ୍କୁ ଦାବିପତ୍ର ପ୍ରଦାନ କରିବା ନେଇ ମଧ୍ୟ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ କୁ ସଙ୍ଘ ର ସଦସ୍ୟ ରିଖିରାମ ସାଗର ପରିଚାଳନା କରିଥିବା ବେଳେ ସଙ୍ଘ ର ଉପ ସଭାତି ପରଦେଶୀ ସୁନାନୀ, ସମ୍ପାଦକ ଲଳିତ ବାଣୁଆ,କୋଷାଧ୍ୟକ୍ଷ କର୍ମଜୟ ନାଏକ, ଅଜିତ ବାଗ, ଯାଦବ ମଶ୍ରା,ପିଣ୍ଟୁ ନାଏକ, ଭାଗିରଥି ଖମାରି, ଶୁଭନ୍ତ ନାଏକ,ମଣ୍ଟୁ କାଣ୍ଡ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ଥିଲେ। ପରିଶେଷରେ ସମ୍ପାଦକ ଶ୍ରୀ ବାଣୁଆ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ