Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭତରା ସମାଜ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

କଳାହାଣ୍ଡି,୦୯/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ସ୍ଥିତ ଶ୍ରୀ ଭୈରବ ଦେବ ମନ୍ଦିର ତଥା ଭତରା ସମାଜ ର କାର୍ଯ୍ୟାଳୟ ପରିସରରେ ସର୍ଵ ଭାରତୀୟ ଭତରା ବିକାଶ ପରିଷଦ ଓଡିଶା ପ୍ରଦେଶ ଓ ଜିଲ୍ଲା ଆଦିବାସୀ ଭତରା ସମାଜ କଳାହାଣ୍ଡି ର ମିଳିତ ଆନୁକୂଲ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ପକ୍ଷରୁ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଭତରା ସମାଜ ର ଜିଲ୍ଲା ସଭାପତି ନୀଳକଣ୍ଠ ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ନବରଙ୍ଗପୁର ପର୍ଶୁରାମ ମାଝୀ, ମୁଖ୍ୟ ବକ୍ତା ଭାବେ ଏସଡିସି ଅଧ୍ୟକ୍ଷ କଳାହାଣ୍ଡି ବିଜୟ ଦିଶାରୀ,ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଉପ ସଭାପତି ଗରୁଡ଼ ଧ୍ଵଜ ମାଝୀ,କେନ୍ଦ୍ରୀୟ ସମ୍ପାଦକ ଗୋପିଚନ ମାଝୀ,ଭତରା ସମାଜ ଜିଲ୍ଲା ସଭାପତି ଜଗନ୍ନାଥ ମାଝୀ,ରାଜ୍ୟ ସମ୍ପାଦକ ରାଜ ମୋହନ ଭତ୍ରା, ରାଜ୍ୟ ସହ ସମ୍ପାଦକ ଋତୁରାଜ ମାଝୀ,ଜିଲ୍ଲା ପରିଷଦ କଲମପୁର ବ୍ଲକ ଦୁହିତା ମାଝୀ,ଗୋପିଚନ ନାଏକ, କୈଳାସ ଚନ୍ଦ୍ର ମାଝୀ,ସୁଶାନ୍ତ କୁମାର ମାଝୀ, ଘନଶ୍ୟାମ ନାଏକ,ସୁଧୀର କୁମାର ପାତ୍ର ଓ ମଦନ ମୋହନ ପାତ୍ର ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଭତରା ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, ପରମ୍ପରା,ସଂସ୍କୃତି, ଅର୍ଥନୀତି, ରାଜନୀତି ସଙ୍ଗଠନ ସହ ନୂତନ ରାଜ୍ୟ ସଙ୍ଗଠନ ର ପଦାଧିକାରୀ ଙ୍କୁ ଏହି କାର୍ଯ୍ୟକ୍ରମ ରେ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ଓ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ କୁ ଜିଲ୍ଲା ସମ୍ପାଦକ ଲୋକେଶ ରଞ୍ଜନ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ଭୁବନେଶ୍ୱର ଦିଶାରୀ, ଥବିର ଧଙ୍ଗଡା ମାଝୀ,ସନ୍ତୋଷ କୁମାର ମାଝୀ,ବନ ଦଣ୍ଡସେନା ସହଯୋଗ କରିଥିଲେ।ସଭା ପରିଶେଷରେ ରାଜ୍ୟ ସହ ସମ୍ପାଦକ ଋତୁରାଜ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ