Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିକଅପ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା ,କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ |

କଳାହାଣ୍ଡି,୧୦/୦୬
କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ବିଜମରା ଛକ ନିକଟରେ ଗତକାଲି ଏକ ପିକଅପ୍ ଭ୍ୟାନ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଥିବା ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ।ଆହତ ଯୁବକମାନେ ହେଲେ ଦୁଲକିବନ୍ଦ ଗ୍ରାମର ଜୟନ୍ତ ନାୟକ ଓ ସୁମନ୍ତ ମାଝୀ।ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟପୂର୍ଣ୍ଣ ହେବାରୁ ଡାକ୍ତର ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁମନ୍ତ ମାଝୀଙ୍କର ମୃତ୍ୟୁ ଘଟିଥିଲା।
ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହାପରେ ପରିବାର ଓ ଅଞ୍ଚଳବାସୀ ଉତ୍ତେଜିତ ହୋଇ ମୁଖିଗୁଡ଼ା-ମୋଟେର ମୁଖ୍ୟ ରାସ୍ତାର ଦୁଳିକିବନ୍ଦ ଛକ ନିକଟରେ ସୁମନ୍ତ ମାଝୀଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି।ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।ପରିବାର ଲୋକେ ଦୁର୍ଘଟଣା ପାଇଁ ଦାୟୀ ପିକଅପ୍ ଡ୍ରାଇଭରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରୁଛନ୍ତି।ସେମାନଙ୍କ କହିବା ଅନୁସାରେ,ଅବହେଳାପୂର୍ଣ୍ଣ ଡ୍ରାଇଭିଂ କାରଣରୁ ଏକ ନିର୍ଦୋଷ ଯୁବକଙ୍କ ଜୀବନ ଚାଲିଗଲା।ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ