Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଗାଲିଫ୍ଟ ଚାଷି ଙ୍କ ଟୋକନ ଆସିଲା, ମଣ୍ଡି ଆରମ୍ଭ ନ ହେବାରୁ ଚିନ୍ତା ରେ ଚାଷି।

କଳାହାଣ୍ଡି,୧୦/୦୬
ଦୀର୍ଘ ୧ ମାସ ର ଆନ୍ଦୋଳନ ପରେ ରବିଧାନ ବିକ୍ରି ପଞ୍ଜିକରଣ ରୁ ବଞ୍ଚିତ ଥିବା ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ରବିଧାନ ବିକ୍ରି ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଟୋକନ ଜାରି କରିଛନ୍ତି।ଟୋକନ ର ଅବଧି ଚଳିତ ମାସ ଜୁନ ୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଟୋକନ ର ଅବଧି ରହିଛି। ଗତ ୪ ତାରିଖରେ ଚାଷି ଙ୍କ ମୋବାଇଲ କୁ ଟୋକନ ମେସେଜ ଆସିଥିଲା। ତେବେ ଏହା ମଧ୍ୟରେ ମଣ୍ଡି ରେ ଧାନ କ୍ରୟ ପାଇଁ ଯୋଗାଣ ବିଭାଗ ପକ୍ଷରୁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ମେଗାଲିଫ୍ଟ ଚାଷି ଙ୍କ ଟାର୍ଗେଟ ଆସିଲେ ଧାନ କ୍ରୟ ହେବାନେଇ ପେକ୍ସ ଓ ଆରଏମସି କର୍ମଚାରୀ କହୁଛନ୍ତି।ପ୍ରଥମ ପର୍ଯ୍ୟାୟ ରେ ଜୟପାଟଣା,କୋକସରା ଓ ଧର୍ମଗଡ ବ୍ଲକ ର ୫,୯୬୮ ଜଣ ଚାଷି ଙ୍କ ୮,୮୫୨ ଟୋକନ ଆସିଥିବା ନେଇ ସୂଚନା ମିଳିଛି। ତେବେ ଏବେ ମଧ୍ୟ ଅଧିକାଂଶ ଚାଷୀ ଟୋକନ ନ ଆସିବାରୁ ଚାଷି ମାନେ ତ୍ରିଶଙ୍କୁ ଅବସ୍ଥାରେ ଆଶା ଓ ଆଶଙ୍କା ରେ କେବେ ଟୋକନ ମେସେଜ ଆସିବ ସେ ନେଇ ଦିନ ଗଣୁଛନ୍ତି। ବାରମ୍ବାର ଟୋକନ ସମ୍ପର୍କରେ ବୁଝିବାକୁ କୃଷି ସମବାୟ ସମିତି କୁ ଦୌଡ଼ି ନୟାନ୍ତ ହେଉଛନ୍ତି ଚାଷି। ସାଟେଲାଇଟ ସର୍ଭେ ଚାଲିଛି,ରିପୋର୍ଟ ପରେ ପରବର୍ତ୍ତୀ ଟୋକନ ଆସିବ ବୋଳି ପେକ୍ସ କର୍ମଚାରୀ ସଫେଇ ଦେଉଥିବା ନେଇ ଚାଷି ଅଚ୍ୟୁତ ସାହୁ,ତ୍ରିମୋହନ ନାଏକ,ହୃଷିକେଶ ରାଉତ,ସୁନୀଲ ଚନ୍ଦ୍ର ଦୁରିଆ,ଦୁର୍ଗା ନାଏକ, ରବି ନାରାୟଣ ଦାସ,ନୀଳମାଧଵ ସାହୁ, କୈଳାସ ନାଏକ ପ୍ରମୁଖ ଚାଷି ଅଭିଯୋଗ କରିଛନ୍ତି। ଅନ୍ୟପଟେ ସ୍ଥାନ ଅଭାବ ରୁ ଚାଷୀ ଅମଳକ୍ଷମ ଧାନ କୁ ଖଳା ରେ ତ କିଏ ରାସ୍ତା ଉପରେ ଶୁଖାଉଥିବା ବେଳେ ଚାଷି ଙ୍କ ପାଇଁ ଦାଉ ସାଧିଛି କାଳବୈଶାଖୀ ବର୍ଷା। ବର୍ଷା ରେ ଭିଜି ଧାନ ର ଗୁଣବତ୍ତା ନଷ୍ଟ ହେଉଥିବା ବେଳେ ଚାଷି କେବେ ମଣ୍ଡି ରେ ଧାନ ବିକ୍ରି କରିବେ ସେନେଇ ଚିନ୍ତା ରେ ପଡିଛନ୍ତି। ମିଳିଥିବା ଟୋକନ ର ଅବଧି ଆଉ ମାତ୍ର ୨୦ ଦିନ ରହିଥିବା ବେଳେ ମଣ୍ଡିରେ ଧାନ ବିକ୍ରି ନେଇ କେବେ ଟାର୍ଗେଟ ଓ ମିଲ ଟେଗ ହେବ ସେନେଇ କୋକସରା ଯୋଗାଣ ବିଭାଗ ଅଧିକାରୀ ଜଗାରାମ ମୁର୍ମୁ ଙ୍କ ପ୍ରତିକ୍ରିୟା ନେବାରୁ ଚାଷି ଙ୍କ ଟୋକନ ଆସିଛି ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ଧାନ କ୍ରୟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି, ମେଗାଲିଫ୍ଟ ଚାଷି ଙ୍କ ଟାର୍ଗେଟ ଆସିବା ପରେ ଚାଷି ଧାନ କ୍ରୟ ହେବ ବୋଳି କହିଛନ୍ତି। ଜିଲ୍ଲା ପ୍ରଶାସନ ଚାଷି ଙ୍କ ସମସ୍ୟା କୁ ଦୃଷ୍ଟି ଦେଇ ଶୀଘ୍ର ରବିଧାନ କ୍ରୟ ପ୍ରକ୍ରିୟା ଆରମ୍ଭ କରିବାକୁ ଚାଷୀମାନେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ