Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

POCSO ଆକ୍ଟରେ କ’ଣ ପାଇଁ ଗିରଫ ହେଉ ନାହାନ୍ତି ବିଜେପି ସାଂସଦ ବ୍ରିଜଭୂଷଣ ସିଂ ? କାରଣ ଦର୍ଶାଇଲେ କପିଲ୍ ସିବଲ

ନୂଆଦିଲ୍ଲୀ: ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଗିରଫଦାରୀ ଦାବିକୁ ନେଇ କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନ ଜାରି ରହିଛି। ମେ ୩୦ରେ ପ୍ରଦର୍ଶନ କରୁଥିବା ରେସଲର ହରିଦ୍ଵାର ପହଞ୍ଚିଥିଲେ ଏବଂ ସେଠାରେ ନିଜ ପଦକକୁ ଗଙ୍ଗାରେ ଭସେଇବା ଜିଦରେ ଅଟଳ ରହିଥିଲେ। ହେଲେ କୃଷକ ନେତା ନରେଶ ଟିକାୟତ ବୁଝାଇବା ପରେ ସେମାନେ ନିଜର ନିଷ୍ପତ୍ତି ବଦଳାଇଥିଲେ ଏବଂ ପଦକଗୁଡ଼ିକୁ ନରେଶ ଟିକାୟତଙ୍କ ହାତରେ ଟେକି ଦେଇଥିଲେ। ଅନ୍ୟପଟେ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ସାଂସଦ କପିଲ୍ ସିବଲ ଟୁଇଟ୍ କରି କହିଛନ୍ତି ଯେ, କଣ ପାଇଁ ବ୍ରିଜଭୂଷଣ ସିଂଙ୍କ ଗିରଫଦାରୀ ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ ?

ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ୍ ସିବଲ ଟୁଇଟ୍ କରିଛନ୍ତି ଯେ, ପୋକ୍ସୋ ଆଧାରରେ ଅଭିଯୋଗ ମିଳିବା ଏବଂ ୧୬୪ ଅନୁସାରେ ବୟାନ ରେକର୍ଡ ପରେ କଣ ବ୍ରିଜଭୂଷଣ ପରି ଅନ୍ୟ ଅଭିଯୁକ୍ତମାନଙ୍କ ସହ ଏହି ପରି ଆଭିମୁଖ୍ୟ ଆପଣାଯିବ ? ବ୍ରିଜଭୂଷଣ ବିଜେପିର ନେତା। ପ୍ରତିଷ୍ଠିତ ମହିଳା ମହିଲମାନଙ୍କୁ ନେଇ ବିଜେପି ସରକାରଙ୍କୁ କୌଣସି ଫରକ ପଡ଼େ ନାହିଁ, ସେମାନଙ୍କ ପାଇଁ ତ ଭୋଟ୍ ଗୁରୁତ୍ଵପୂର୍ଣ୍ଣ। ସରକାରଙ୍କୁ ଏହି ମାମଲାରେ କୌନଣି ରୁଚି ନାହିଁ। କଣ ଏହା ଆମର ନୂତନ ଭାରତ ?

କପିଲ ସିବଲଙ୍କ ଏହି ଟୁଇଟ୍ ଉପରେ ଅନେକ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜଣେ ୟୁଜର ଲେଖିଛନ୍ତି, ନ୍ୟାୟପାଳିକା ସାମ୍ନାରେ ଏହି କେସକୁ ଉଦାହରଣ ଭାବେ ଶୁଣାଣି କରାଯାଇ ପାରିବ। ଆଉ ଜଣେ ଲେଖିଛନ୍ତି, ପ୍ରଶ୍ନ ଏହା ଯେ ଏ ପର୍ଯ୍ୟନ୍ତ ବ୍ରିଜଭୂଷଣଙ୍କ ଗିରଫଦାରୀ କଣ ପାଇଁ ହୋଇ ନାହିଁ ? ରାଜେଶ ନାମକ ଜଣେ ୟୁଜର ଲେଖିଛନ୍ତି, ଆମର ପ୍ରଧାନମନ୍ତ୍ରୀ ମୋଦୀ ଯଦି ନିରବ ଅଛନ୍ତି ତେବେ ଏଥିରେ କୌଣସି ବଡ଼ ରହସ୍ୟ ରହିଛି।

ସୂଚନାଯୋଗ୍ୟ, ବ୍ରିଜଭୂଷଣ ଶରଣ ସିଂ ନିଜ ସଫେଇରେ କହିଛନ୍ତି, ଯଦି ମୋ ବିରୋଧରେ ଗୋଟିଏ ବି ଅଭିଯୋଗ ପ୍ରମାଣିତ ହୋଇଯାଏ ତେବେ ମୁଁ ଫାଶି ଉପରେ ଚଢିବାକୁ ପ୍ରସ୍ତୁତ। କିଛି ଖେଳାଳି ଏହି ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି। ଅବଶିଷ୍ଟ ଖେଳାଳି ଆମର ସମର୍ଥନରେ ଅଛନ୍ତି। ମୁଁ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ଏବଂ ଖେଳାଳିଙ୍କୁ ମଧ୍ୟ ନାର୍କୋ ଟେଷ୍ଟ ହେବା ଉଚିତ୍ ବୋଲି ବ୍ରିଜଭୂଷଣ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ