Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ଙ୍କ ଅଵସର ଗ୍ରହଣ

ମକୋକସରା: କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଡାଲଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ପ୍ରଧାନ ଶିକ୍ଷକ ରାମ ପ୍ରସାଦ ଧରୁଆ ତାଙ୍କ ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଛନ୍ତି । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କୋକସରା ତରଫରୁ ତାଙ୍କୁ ବୁଧବାର ଡାଲଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସଭାରେ ସତ୍ୟବାନ ପାଣିଗ୍ରାହୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତୋଫାନ ମାଝୀ, ମୂଖ୍ୟବକ୍ତା ଚିତାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦିଗାମ୍ବର ଦଲପତି, ସମ୍ମାନୀୟ ଅତିଥୀ ସି.ଆର.ସି ଈଶ୍ବର ଚନ୍ଦ୍ର ନାଏକ, ଗଗନ ବିହାରୀ ପଟ୍ଟନାୟକ, ଲିଙ୍ଗରାଜ ନାଏକ, ଅବସର ପ୍ରାପ୍ତ ଶିକ୍ଷକ ଅଗସ୍ତି ରାଉତ ପ୍ରମୁଖ ମଞ୍ଚାସୀନ ରହି ଶିକ୍ଷକ ଙ୍କ ଅବସର କାଳୀନ ଜୀବନ ସୁସ୍ଥ ଓ ନିରାମୟ କାମନା କରିଥିଲେ । କାର୍ଯ୍ୟକ୍ରମ କୁ ସଭାକୁ ଈଶ୍ବରୀ ପ୍ରସାଦ ଅଗସ୍ତି ପରିଚାଳନା କରିଥିବା ବେଳେ ଶ୍ରୀମନ୍ତ ଧରୁଆ, କ୍ଷୀରୋଦ କୁମାର ପଣ୍ଡା, ଉଦ୍ଧବ ଧରୁଆ, ମନମୋହନ ନାଏକ, ରଞ୍ଜିତ କୁମାର ଖମାରୀ ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ବିଦ୍ୟାଳୟ ପରିଚାଲନା କମିଟି ସଦସ୍ୟ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ