Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାରଙ୍କ ୨ ବର୍ଷ ର ଉପଲବ୍ଧି,ଜନ ସମ୍ପର୍କ ଯାତ୍ରା ରେ ବିକାଶ ର ସତ କହିଲେ ଧର୍ମଗଡ ବିଧାୟକ।

କଳାହାଣ୍ଡି,୧୪/୦୬
ବିଜେପି ସରକାର ଓଡିଶା ରାଜ୍ୟ ଶାସନ କ୍ଷମତା କୁ ଆସି ୨ ବର୍ଷ ପୂର୍ତ୍ତୀ ଅବସରରେ ରାଜ୍ୟ ସରକାର ଙ୍କ ପକ୍ଷରୁ ୨ ବର୍ଷ ରେ ବିଜେପି ରାଜ୍ୟ ସରକାରଙ୍କ ସୁଶାସନ,ଉପଲବ୍ଧି ଓ ସଫଳତା କୁ ନେଇ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମ ରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ନେତୃତ୍ବରେ ଜାରି ରହିଛି ଜନ ସମ୍ପର୍କ ଯାତ୍ରା। ରବିବାର କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ଗସ୍ତ କରି ବିଧାୟକ ଶ୍ରୀ ପଟ୍ଟଯୋଶୀ ଓ ଦଳୀୟ ନେତୃବୃନ୍ଦ ଜନ ସାଧାରଣ ଙ୍କୁ ଭେଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା,ଜନ କଲ୍ୟାଣ ଯୋଜନା ଯଥା କୃଷି,ଶିକ୍ଷା,ଗମନାଗମନ,ପାନୀୟ ଜଳ,ସୁଭଦ୍ରା ଯୋଜନା,ମହିଳା ଶଶକ୍ତି କରଣ, ଆବାସ ଯୋଜନା ରେ ରାଜ୍ୟ ସରକାର ଙ୍କ ସଫଳତା ରାଜ୍ୟବାସୀ ଙ୍କୁ ତୃଣମୂଳ ସ୍ତରରୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ଜୀବନ ଜୀବିକା ରେ ସହାୟତା ପ୍ରଦାନ କରି ଓଡିଶା କୁ ବିକଶିତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ନେଇ ଦଳୀୟ ବିଧାୟକ ଓ ନେତା ବିଭିନ୍ନ ସ୍ଥାନରେ ଆୟୋଜିତ ଜନ ସମ୍ପର୍କ ଯାତ୍ରା ରେ ସ୍ଥାନୀୟ ଜନସାଧାରଣ ଙ୍କୁ ଅବଗତ କରାଇଛନ୍ତି। ଆୟୋଜିତ ଜନସମ୍ପର୍କ ଯାତ୍ରା ମୋଟେର ଓ କୋକସରା ମଣ୍ଡଳ ଅନ୍ତର୍ଗତ ସର୍ଗିଗୁଡା, ଖପ୍ରାମାଲ, ଡାଲଗୁମା,ଝରିଆଗୁଡା, ଗମ୍ଭାରୀଗୁଡା, ଚିକିଲି,ମଜୁରସାହି, ତୁନଗାଁ,ଧନସରା, ବାଟିଗୁଡା ଗ୍ରାମ ରେ ଅନୁଷ୍ଠିତ ହୋଇଥିବା ବେଳେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ସହ ଜିଲ୍ଲା ଅନୁସୂଚିତ ଜନଜାତି ସଭାପତି ତ୍ରିନାଥ ଶବର, ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା,ବସନ୍ତ ନାଗ,ମଧୁବନ ପାତ୍ର, ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ,ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ମୋଟେର ଯୁବମୋର୍ଚ୍ଚା ସଭାପତି ଧବଳେଶ୍ବର ଗୋପାଳ, ତୁଲାରାମ ନାଏକ,ଯୁବ ମୋର୍ଚ୍ଚା ସଦସ୍ୟ ସୁଜିତ ରାଜପୁତ, କୋକସରା ମଣ୍ଡଳ ସମ୍ପାଦକ ଶାରଳା ପ୍ରଧାନୀ, ମନୋଜ ନାଏକ,ହୃଷିକେଶ ଖମାରି,ଅନୀଲ ପଟ୍ଟନାୟକ, କୋକସରା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କ୍ଷୀରସିନ୍ଧୁ ନେଗି,ଦୈତାରି ବାରିକ,ସୋମନାଥ ବାଗ, ମହିଳା ନେତ୍ରୀ ସମେତ ଦଳୀୟ କର୍ମି ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ