Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଯୁବ ସମାବେଶ,ବିଜେପି ରେ ମିଶିଲେ ଶତାଧିକ ଯୁବକ।

କଳାହାଣ୍ଡି,୧୫/୦୬
ରାଜ୍ୟ ବିଜେପି ସରକାର ଙ୍କ ସୁଶାସନ ର ୨ ବର୍ଷ ପୂର୍ତ୍ତି ଅବସରରେ କୋକସରା ବ୍ଲକ ଆମପାଣି ମଣ୍ଡଳ ଯୁବମୋର୍ଚ୍ଚା ପକ୍ଷରୁ ଯୁବ ସମାବେଶ ଓ ମିଶ୍ରଣ ପର୍ବ କେନ୍ଦୁଗୁଡା ସ୍ଥିତ କାଳେଶ୍ୱର ଶୈବପୀଠ ପରିସର ରେ ଅନୁଷ୍ଠିତ ହୋଇଥିଲା। ଆମପାଣି ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା ଙ୍କ ଉଦ୍ୟମ ରେ ଆୟୋଜିତ ଯୁବ ସମାବେଶ କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିନାଶ ନନ୍ଦ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ମଣ୍ଡଳ ପ୍ରଭାରୀ ଗଣେଶ ନନ୍ଦ,କୋକସରା ମଣ୍ଡଳ ପ୍ରଭାରୀ ବସନ୍ତ ନାଗ,ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ପର୍ଲା ମଣ୍ଡଳ ସଭାପତି ଅଜୟ ମେହେର ଏହି ଯୁବ ସମାବେଶରେ ଯୋଗଦେଇ ଦେଶ ଓ ରାଜ୍ୟର ବିକାଶ ର ସହଭାଗିତାରେ ଯୁବଗୋଷ୍ଠି ହେଉଛନ୍ତି କର୍ଣ୍ଣଧାର,ଏଣୁ ପ୍ରତ୍ୟେକ ଯୁବଗୋଷ୍ଠି ସେବା ମନୋଭାବ ନେଇ ପ୍ରତ୍ୟକ୍ଷ ରାଜନୀତି ରେ ଆସି ରାଜ୍ୟର ବିକାଶ ର ମଙ୍ଗ ଧରିଲେ ହିଁ ରାଜ୍ୟର ବିକାଶ ସମ୍ଭବ ବୋଳି ଉପସ୍ଥିତ ନେତୃବୃନ୍ଦ ମତ ରଖିଥିଲେ। ବିଜେପି ସରକାର ଙ୍କ ସୁଶାସନ ରେ ଅନୁପ୍ରାଣିତ ହୋଇ ଯୁବ ସମାବେଶରେ ୬୦ ରୁ ଉର୍ଦ୍ଧ୍ବ ଯୁବକ ବିଜେପି ରେ ସାମିଲ ହୋଇଛନ୍ତି। ସେମାନଙ୍କୁ ବିଧାୟକ ଓ ନେତୃବୃନ୍ଦ ଦଳୀୟ ଉତ୍ତରୀୟ ଦେଇ ଦଳ ରେ ସାମିଲ କରିବା ସହ ସେମାନଙ୍କ ଯୋଗଦାନ ଦଳ ପାଇଁ ମୂଳଦୁଆ ସୁଦୃଢ଼ କରିବ ବୋଳି କହିଥିଲେ। ଏହି କାର୍ଯ୍ୟକ୍ରମ ଦଳୀୟ କର୍ମି ରଘୁମଣି ଖମାରି,ଚକ୍ରଧର ବେଶ୍ରା, ଅରୁଣ ଅଗ୍ରୱାଲ,ଦ୍ରୋଣାଚର୍ଯ୍ୟ ପୁଝାରି, ତୁଲାରାମ ନାଏକ,ଚୈତନ୍ୟ ମାଝୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସନ୍ତୋଷ ମାଝୀ ମଞ୍ଚ ସଂଯୋଜନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ