Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ଓ କୋକସରା ମଣ୍ଡଳ ରେ ଧର୍ମଗଡ ବିଧାୟକ ଙ୍କ ଜନ ସମ୍ପର୍କ ଯାତ୍ରା।

କଳାହାଣ୍ଡି,୧୫/୦୬
ବିଜେପି ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ନେତୃତ୍ୱରେ ଜନ ସମ୍ପର୍କ ଯାତ୍ରା ସୋମବାର ଦ୍ଵିତୀୟ ଦିନ ରେ କୋକସରା ବ୍ଲକ ର ଆମପାଣି ଓ କୋକସରା ମଣ୍ଡଳ ର ଗୋତମୁଣ୍ଡା, କୁଳେରଗୁଡା, ମହିମା,ଦଲ୍ଲିପଡା,ବଡ଼ ପୋଡ଼ାଗୁଡା, ଆମପାଣି,ବରାଡୋଙ୍ଗା, ଲଡୁଗାଁ,ସୁପାଡ଼,ଆଁଇଳି ଠାରେ ଜନ ସମ୍ପର୍କ ଯାତ୍ରା ଆୟୋଜିତ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଜନ ସମ୍ପର୍କ ଯାତ୍ରା କୁ ଜନ ସାଧାରଣ ମାନେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଳି କହିଛନ୍ତି।
ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ସମେତ ଦଳୀୟ ନେତୃବୃନ୍ଦ ଯୋଗଦେଇ ଜନ ସାଧାରଣ ଙ୍କୁ ଭେଟି ରାଜ୍ୟ ସରକାରଙ୍କ ୨ ବର୍ଷ ର ସୁଶାସନ,ଜନ କଲ୍ୟାଣ, ଲୋକାଭିମୁଖୀ ଯୋଜନା ନେଇ ବାର୍ତ୍ତା ଦେବାସହ ରାଜ୍ୟ ମୋହନ ସରକାର ହେଉଛି ଲୋକଙ୍କ ସରକାର,କଳାହାଣ୍ଡି ଜିଲ୍ଲା ରେ ବିକାଶ ର ଧାରା ତ୍ୱରାନ୍ୱିତ ହେଉଛି ଓ ଏହି ଧାରା ପ୍ରତି ବ୍ଲକ ପ୍ରତି ପଞ୍ଚାୟତ ପ୍ରତି ଗାଁ ରେ ଜାରି ରହିବ ବୋଲି ବିଧାୟକ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ବିଧାୟକ ଙ୍କ ଗସ୍ତ ସମୟରେ କୁଳେରଗୁଡା ସିନାପଡା ଗ୍ରାମର ମହିଳା ମାନେ ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ ସହ ବିଧାୟକ ଙ୍କୁ ନିଜ ଗାଁ କୁ ସଂଯୋଗ କରୁଥିବା ରାସ୍ତା ର ଦୁରାବସ୍ଥା ଦେଖାଇଥିଲେ। ଏନେଇ ବିଧାୟକ ବିଭାଗୀୟ ଅଧିକାରୀ ଙ୍କୁ ଶୀଘ୍ର ସମସ୍ୟା ର ସମାଧାନ କରିବାକୁ ଫୋନ କରି ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଙ୍କ ଜନ ସମ୍ପର୍କ ଯାତ୍ରା ରେ
ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର,ସାନ ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ,୩ ଯୋନ ର ମଣ୍ଡଳ ସଭାପତି ମଧୁବନ ପାତ୍ର, ବସନ୍ତ ନାଗ, ଧର୍ମବ୍ରତ ପଣ୍ଡା,ଆମପାଣି ମଣ୍ଡଳ ପ୍ରଭାରୀ ଗଣେଶ ନନ୍ଦ,ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି,ଦଳୀୟ କର୍ମି ଚକ୍ରଧର ବେଶ୍ରା, ଦ୍ରୋଣାଚର୍ଯ୍ୟ ପୁଝାରି,ତୁଲାରାମ ନାଏକ, ଚୈତନ୍ୟ ମାଝୀ, ରଘୁମଣି ଖମାରି, ସୁଶିଳ ପାଢ଼ୀ, ବୈଦ୍ୟନାଥ ମାଝୀ,ଅରୁଣ ଅଗ୍ରୱାଲ ସମେତ ଶତାଧିକ କର୍ମି ଉପସ୍ଥିତ ରହି ଜନ ସମ୍ପର୍କ ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ