Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ତାଲିମ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଂଜନ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଦୃଢ ଇଚ୍ଛାଶକ୍ତି ଦ୍ଵାରା ତମାଖୁ ବର୍ଜନ ସମ୍ଭବ ବୋଲି ଉଲ୍ଲେଖ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଭୋଇ ସମ୍ମନିତ ଅତିଥି ଭାବେ ଯୋଗଦେଇ କିଛି ସତ ଘଟଣା ଉପସ୍ଥାପନ ସହ ତମାଖୁ ସେବନର ଭୟାଭୟତା ବିଷୟରେ ସଚେତନତା ବାର୍ତ୍ତା ରଖିଥିଲେ। ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଅଦାବର ତମାଖୁ ବର୍ଜନ ଦିବସର ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ଚଳିତ ବର୍ଷର ଥିମ ଉପରେ ଆଲୋଚନା କରିଥିଲେ। ଠିକ ସେହିପରି ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା ତମାଖୁ ସେବନ କିପରି ଯକ୍ଷ୍ମା ରୋଗକୁ ପ୍ରଭାବିତ କରିଥାଏ ତା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲାର ୨୬ ଟି ତମାଖୁମୁକ୍ତ ଶିକ୍ଷାନୁଷ୍ଠାନକୁ ଜିଲ୍ଲାପାଳ ସମ୍ଵର୍ଦ୍ଧନା ଜ୍ଞାପନ କରିଥିଲେ। ଶିକ୍ଷାନୁଷ୍ଠାନ ଗୁଡିକ ତରଫରୁ ଡଃ ଦେବାଶିଷ ପାଣ୍ଡିଆ, ଶ୍ରୀମତୀ ରେଖା ପ୍ରଧାନ ଏବଂ ରାଜେନ୍ଦ୍ର ମିଶ୍ର ପ୍ରମୂଖ ସମ୍ଵର୍ଦ୍ଧନାର ପ୍ରତ୍ୟୁତ୍ତର ରଖିଥିଲେ। ସଭା ସଂଯୋଜନା ସହ ସମଗ୍ର କାର୍ଯ୍ୟକ୍ରମଟି ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜାତୀୟ ସ୍ଵାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ଵମ୍ଵର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅଣ ସଂକ୍ରାମକ ରୋଗ ସହକାରୀ କାର୍ଯ୍ୟକ୍ରମ ପରିଚାଳିକା ଗୀତାଞ୍ଜଳି ମେହେର କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।