Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଉଦଘାଟିତ।

କଳାହାଣ୍ଡି,୧୭/୦୬
(ବିକାଶ ର ଧାରା ଜାରି ରହିବ, ଧର୍ମଗଡ ବିଧାୟକ)
ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଓ ସୁଶାସନ, ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଓ ଲୋକାଭିମୁଖୀ ଯୋଜନା ର ଉପଲବ୍ଧି କୁ ନେଇ ପ୍ରତି ବ୍ଲକ ରେ ଆୟୋଜିତ ହେଉଛି ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ଏହି କ୍ରମ ରେ ବୁଧବାର କୋକସରା ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ ପରିସରରେ ୧୭ ରୁ ୨୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟ ରେ ସରକାରୀ କାର୍ଯ୍ୟାଳୟ ଅନୁଷ୍ଠିତ ହେବ। ଉଦଘାଟିତ କାର୍ଯ୍ୟକ୍ରମ ରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ଅଧ୍ୟକ୍ଷତାରେ ଉଦଘାଟିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ,ସାଂସଦ ପ୍ରତିନିଧି ଦୁର୍ଗା ପ୍ରଧାନୀ, ସମନ୍ବିତ ଶିଶୁ ପ୍ରକଳ୍ପ ଅଧିକାରୀ ସରୋଜଲତା ସେଠି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦଘାଟନ ସହ ରାଜ୍ୟ ସରକାରଙ୍କ ସରକାରୀ ସ୍ତରରେ ବିଭିନ୍ନ ବିଭାଗୀୟ ଯୋଜନା ର ରୂପରେଖ କହିବା ସହ ଏହି ସବୁ ଯୋଜନା କିଭଳି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେବ ଓ ଲୋକେ ଏହାର ଲାଭ ଉଠାଇବେ ସେନେଇ ପରାମର୍ଶ ଦେଇଥିଲେ। ଏହି ଅଵସର ରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଷ୍ଟଲ କରାଯାଇ ଲୋକଙ୍କୁ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ କର୍ମଚାରୀ ମାନେ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମ ରେ ୨୨ ପଞ୍ଚାୟତ ର ଜନ ପ୍ରତିନିଧି ସମେତ ବିଜେପି ର ଦଳୀୟ କର୍ମକର୍ତ୍ତା, ଅଙ୍ଗନବାଡ଼ି କର୍ମି,ମିଶନ ଶକ୍ତି ମହିଳା କର୍ମଚାରୀ,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ଅବସରରେ ଅଙ୍ଗନବାଡ଼ି କର୍ମି ଙ୍କୁ ସରକାରୀ କାର୍ଯ୍ୟ ର ବିବରଣୀ ଓ ତଥ୍ୟ ଅନ ଲାଇନ କରିବା ପାଇଁ ସ୍ମାର୍ଟ ମୋବାଇଲ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ କୁ ଜିପିଡ଼ିଓ ମିଳୁ ପ୍ରଧାନୀ ମଞ୍ଚ ସଂଯୋଜନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ