ବିକାଶ ଧାରା ଓଡିଶା ସାରା,ଅନୁସୂଚିତ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ।
କଳାହାଣ୍ଡି,୧୮/୦୬
ବିକାଶର ଧାରା ଓଡିଶା ସାରା ଓଡ଼ିଶା ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଗୁରୁବାର ଦ୍ୱିତୀୟ ଦିନରେ କୋକସରା ବ୍ଲକ ସଭାଗୃହ ରେ ଅନୁସୂଚିତ ଜାତି ଓ ଜନଜାତି ସମ୍ବାଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ,ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର,ସମ୍ମାନୀତ ଅତିଥି ଭାବେ ବିଜେପି ଏସ୍.ସି ମୋର୍ଚ୍ଚା ଜିଲ୍ଲା ଉପସଭାପତି ନିରଞ୍ଜନ ଛତ୍ରିଆ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ସମାଜର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଅଧିକାର ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଉପରେ ଆଲୋକପାତ କରିଥିଲେ। ସଭାରେ ଉପସ୍ଥିତ ଥିବା ଅନୁସୂଚିତ ଜାତି ଓ ଜନଜାତି ର ଜନସାଧାରଣ ଙ୍କ ସହ ସିଧାସଳଖ ସମ୍ବାଦ କରାଯାଇ ବିଭିନ୍ନ ସମସ୍ୟା, ବିକାଶମୂଳକ ପ୍ରସଙ୍ଗ ଓ ସମାଜର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା।ଶେଷରେ ଅନୁସୂଚିତ ଜାତି ଓ ଜନଜାତି ସମାଜର ସମ୍ମାନ,ଅଧିକାର ଓ ସାମଗ୍ରିକ ବିକାଶ ପାଇଁ ସମସ୍ତେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ ନେଇଥିଲେ।ଏହି ଅବସରରେ ପଦ୍ମ କିଶୋର ପୁଝାରି, କୃପାସିନ୍ଧୁ ପାତ୍ର,ଗରୁଡ଼ଧ୍ଵଜ ମାଝୀ,ଗଣେଶ ରାମ ସତନାମୀ,ଦୁର୍ବଳ ଧଙ୍ଗଡା ମାଝୀ,ଘନଶ୍ୟାମ ନାଏକ ସମେତ ଚଳିତ ବର୍ଷ ମାଟ୍ରିକ ଓ ଯୁକ୍ତ ଦୁଇ ରେ ସଫଳତା ହାସଲ କରିଥିବା ଏସଟି, ଏସସି ବର୍ଗର ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ପରିଶେଷ ରେ ସମାଜ ମଙ୍ଗଳ ଅଧିକାରୀ ଭବାନୀ ଶଙ୍କର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

