Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୨୦/୦୬
ଓଡ଼ିଶା ରାଜ୍ୟ ସରକାର ଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ରହିଛି। ଏହି କ୍ରମରେ ଶନିବାର କୋକସରା ବ୍ଲକ ସଭାଗୃହ ରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋକସରା ବ୍ଲକ ସଂଯୋଜକ ତ୍ରିଲୋକ୍ୟ ବେଶ୍ରା ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଭିନାଶ ନନ୍ଦ,ସମ୍ମାନିତ ଅତିଥି ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ବିଜେପି ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ଜିଲ୍ଲା ଏମଏସଏମଇ ବିଭାଗୀୟ ଅଧିକାରୀ ଯୁଗଳ କିଶୋର ତାଣ୍ଡି, ଲିଙ୍କନ ବାଗ, କୋକସରା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି କ୍ଷୀରସିନ୍ଧୁ ନେଗି ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଶିକ୍ଷିତ ବେକାର ଯୁବକ ଯୁବତୀ ଙ୍କୁ ରାଜ୍ୟ ସରକାର ଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଆତ୍ମ ନିର୍ଭରଶୀଳ ଓ ସ୍ୱାବଲମ୍ବୀ ଯୋଜନା ରେ ଅନ୍ତର୍ଭୁକ୍ତ ସ୍କିଲ ଡେଭଲପମେଣ୍ଟ ତାଲିମ ଯୋଜନାରେ ମାଗଣା ରେ ତାଲିମ ନେଇ ରୋଜଗାରକ୍ଷମ ହେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ରେ ବୈକୁଣ୍ଠ ଜାଲ ସହଯୋଗ କରିଥିଲେ।ଏହି ଅବସରରେ ସ୍କିଲ ଡେଭଲମେଣ୍ଟ ରେ ତାଲିମ ନେଇ ଆତ୍ମ ନିର୍ଭରଶୀଳ ଓ ସ୍ୱାବଲମ୍ବୀ ହୋଇଥିବା ଯୁବକ ଯୁବତୀ ଙ୍କ ସଫଳତାର କାହାଣି ର ବାର୍ତ୍ତା ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ଯୁବକ ଯୁବତୀ ମାନେ ଅଂଶଗ୍ରହଣ କରିଥିଲେ। ବ୍ଲକ ସଂଯୋଜକ ଶ୍ରୀ ବେଶ୍ରା ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ