ମିର୍ଜାପୁର ଗାଁ ରେ ବିଳମ୍ବିତ ରାତିରେ ଚୋରି, ଲୁଟିନେଲେ ୩ ଭରି ସୁନା ଓ ଲକ୍ଷେ ଟଙ୍କା, ପୀଡିତ ପରିବାର ପୋଲିସ ର ଦ୍ୱାରସ୍ଥ।
କଳାହାଣ୍ଡି,୨୦/୦୬
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ପଞ୍ଚାୟତ ମିର୍ଜାପୁର ରେ ଗତ ବିଳମ୍ବିତ ରାତିରେ ଗ୍ରାମ ର ଭୁବନେଶ୍ୱର ନାଗ(୫୮) ଙ୍କ ଘର ପଛପଟ କବାଟ ଭାଙ୍ଗି ଚୋର ମାନେ ପଶି ଚୋରି କରି ଘରେ ଥିବା ଏକ ବାକ୍ସ କୁ ନେଇ ଗ୍ରାମ ର ଭୀଷ୍ମ ନାଗ ଙ୍କ ଘର ନିକଟରେ ଥିବା ପଡିଆ ରେ ଫିଙ୍ଗି ଦେଇଥିଲେ। ସକାଳୁ ଘଟଣା ଟି ପ୍ରଘଟ ପରେ ପଡିଥିବା ବାକ୍ସ ଟି ନିଜର ବୋଲି ଜାଣିବା ସହ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ଭୁବନେଶ୍ୱର ଙ୍କ ପରିବାର ଲୋକେ।ସେହି ବାକ୍ସ ରେ ୩ ତୋଳା ସୁନା ଓ ନଗଦ ୧ ଲକ୍ଷ ଟଙ୍କା ନେଇ ଚୋର ମାନେ ଛୁ ଚମ୍ପଟ ମାରିଥିବା ନେଇ କୋକସରା ଥାନା ରେ ଅଭିଯୋଗ କରିଛନ୍ତି ପୀଡିତ ଭୁବନେଶ୍ୱର ନାଗ।
ଗୃହକର୍ତ୍ତା ଙ୍କ କହିବା ଅନୁସାରେ ଗତ ରାତିରେ ପରିବାର ସମସ୍ତେ ଛାତ ଉପରେ ଶୋଇଥିବା ବେଳେ ଚୋର ମାନେ ପଛପଟ କବାଟ ଭାଙ୍ଗି ଘରେ ଥିବା ୩ ଭରି ସୁନା ଏବଂ ୧ ଲକ୍ଷ ଟଙ୍କା ଚୋରି କରିଥିବା ଜଣାପଡ଼ିଛି। ଭୁବନେଶ୍ୱର ଜଣେ ଦିନ ମଜୁରିଆ ଭାବରେ କାମକରି ପରିବାର ପ୍ରତିପୋଷଣ କରୁଥିଲେ,ଆଗକୁ ପୁଅ ବିବାହ କରିବା ପାଇଁ ସେ କିଛି ସୁନା ଓ ଟଙ୍କା ସଞ୍ଚୟ କରି ରଖିଥିଲେ। କିନ୍ତୁ ଚୋର ମାନେ କଳାକନା ବୁଲେଇ ଦେଇଥିବାରୁ ପରିବାର ଚିନ୍ତାରେ ପଡି ଯାଇଛନ୍ତି। ଚୋରି ଅଭିଯୋଗ ନେଇ ଭୁବନେଶ୍ବର ନାଗ ରବିବାର କୋକସରା ଥାନାରେ ଲିଖିତ ଅଭିଯୋଗ କରିବା ସହ ଚୋର ଙ୍କୁ ଧରିବା ସହ ତାଙ୍କ ଚୋରି ହୋଇଥିବା ସୁନା ଓ ଟଙ୍କା କେମିତି ଉଦ୍ଧାର ହେବ ଓ ଫେରି ପାଇବେ ସେନେଇ ଅଭିଯୋଗ କରିଛନ୍ତି।କୋକସରା ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି।

