ଆନ୍ତଃ ରାଜ୍ୟ ଚାଲାଣ ମଇଁଷି ବୋଝେଇ କଣ୍ଟେନର ଧରି ପୋଲିସ ର ଜିମାଦେଲେ ଯୁବଗୋଷ୍ଠୀ |
କଳାହାଣ୍ଡି,୨୧/୦୬
କଲାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଡଙ୍ଗରୀଗୁଡା ନିକଟରେ ଅନ୍ତଃ ରାଜ୍ୟ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନର ଯାହାର ନମ୍ବର ( ୟୁପି ୧୫ ବିଟି ୯୦୨୭) କୁ ଧରି ଅଟକ ରଖିବା ସହ କୋକସରା ପୋଲିସ କୁ ସୂଚନା ଦେଇ ହସ୍ତାନ୍ତର କରିଥିଲେ। ମିଳିଥିବା ସୂଚନା ମତେ ରବିବାର ଏକ କଣ୍ଟେନର ଗାଡି ନବରଙ୍ଗପୁର ପଟୁ ଭବାନୀପାଟଣା ରାସ୍ତା ଦେଇ ପଛଚକ ଫାଟିବା ସତ୍ତ୍ୱେ ମଧ୍ୟ ରାସ୍ତା ରେ ଘଷି ହୋଇ ଯାଉଥିଲା। ଏହାଦେଖି କୋକସରା ଗ୍ରାମ ର ଯୁବକ ଗୋଷ୍ଠି ଟ୍ରକ କୁ ପିଛା କରିବା ସହ ଡୋଙ୍ଗରିଗୁଡା ନିକଟରେ ଅଟକ ରଖିଥିଲେ।କଣ୍ଟେନର ମଧ୍ୟରେ ଅତି ଅମାନୁଷିକ ଭାବେ ମଇଁଷି ଚାଲାଣ ହେଉଥିବା ଦେଖି ଡ୍ରାଇଭର ଓ ସହଯୋଗୀ ଙ୍କୁ ଅଟକ ରଖି କୋକସରା ପୋଲିସ କୁ ସୂଚନା ଦେଇଥିଲେ।ରାଇଘର ରୁ ପାର୍ବତୀପୁରମ କୁ ମଇଁଷି ଚାଲାଣ ହେଉଥିବା ନେଇ ଅଟକ ହେଲ୍ପର ସୂଚନା ଦେଇଥିବା ଜଣାପଡିଛି। ଚାଲାଣ ସମ୍ପର୍କରେ ଜିଲ୍ଲା ହିନ୍ଦୁ ସଙ୍ଗଠନ ସଭାପତି ମହେଶ ଗୁପ୍ତା ଙ୍କ ସୂଚନା ପରେ କୋକସରା ୟଙ୍ଗଷ୍ଟାର ଗ୍ରୁପ ର ଯୁବକ ମାନେ କଣ୍ଟେନର ବକୁ ଅଟକ ରଖି ପୋଲିସ କୁ ସୂଚନା ଦେଇଥିଲେ। ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଲାଣ ହେଉଥିବା ମଇଁଷି କଣ୍ଟେନର ଜବତ କରିଛନ୍ତି। ଏହି ସମୟରେ କଣ୍ଟେନର ର ଡ୍ରାଇଭର ଘଟଣାସ୍ଥଳ ରୁ ଫେରାର ହୋଇ ଯାଇଥିବା ବେଳେ ସହଯୋଗୀ କୁ ଅଟକ ରଖିଛି ପୋଲିସ। କଣ୍ଟେନର ରୁ ଜବତ ହୋଇଥିବା ମଇଁଷି ଙ୍କୁ ଅନ୍ୟ ଏକ ଗାଡି ରେ ଜୁନାଗଡ଼ ନିକଟସ୍ଥ ଗୋଶାଳା କୁ ପଠାଇଥିବା ଜଣାପଡିଛି। ତେବେ କୋକସରା ବ୍ଲକ ର ଝରିଆଗୁଡା,ଗହନାମୁଣ୍ଡା ଅଞ୍ଚଳରୁ ମଧ୍ୟ ନିୟମିତ ଭାବେ ଗୋ ଚାଲାଣ ନବରଙ୍ଗପୁର କୋରାପୁଟ କୁ ହେଉଥିବା ବେଳେ ଏଥିପ୍ରତି ପୋଲିସ ପ୍ରଶାସନ ରୋକ ଲଗାଇବାକୁ ସ୍ଥାନୀୟ ଯୁବଗୋଷ୍ଠି ଦାବି କରିଛନ୍ତି।

