ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ପୁଣ୍ୟତିଥୀ ରେ ଶ୍ରଦ୍ଧାଞ୍ଜଳି ଦେଲେ ବିଜେପି କର୍ମକର୍ତ୍ତା।
କଳାହାଣ୍ଡି,୨୪/୦୬
କୋକସରା ବ୍ଲକ ଭାରତୀୟ ଜନତା ଦଳ ପକ୍ଷରୁ ଭାରତୀୟ ଜନ ସଙ୍ଘ ର ସଂସ୍ଥାପକ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ପୁଣ୍ୟତିଥୀ ଅବସରରେ ମଙ୍ଗଳବାର କୋକସରା ବ୍ଲକ ମୋଟେର ମଣ୍ଡଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ଉପ ସଭାପତି ଭବେନ୍ଦ୍ର ପଣ୍ଡା,ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର,ବରିଷ୍ଠ ନେତା ନୀଳକଣ୍ଠ ମାଝୀ,ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି ପ୍ରମୁଖ ଉପସ୍ଥିତ ରହି ଡକ୍ଟର ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଜନସଙ୍ଘ ର ସଂସ୍ଥାପକ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ନୀତିଆଦର୍ଶ ର ସ୍ମୃତି ଚାରଣ କରିଥିଲେ ଓ ତାଙ୍କ ଚଲାପଥ ଅନୁକରଣ କରିବାକୁ ଦଳୀୟ କର୍ମି ଙ୍କୁ ପରାମର୍ଶ ଦେଇଥିଲେ। ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ ସଭା ରେ ମଣ୍ଡଳ ସମ୍ପାଦକ ରାଧେଶ୍ୟାମ ଗୋପାଳ,କମଳ ଲୋଚନ ଦଳପତି, ସୁଜିତ ସିଂ ରାଜପୁତ,ଯୁବମୋର୍ଚ୍ଚା ସଭାପତି ଧବଳେଶ୍ବର ଗୋପାଳ,ବଳରାମ ପୁଝାରି,ଶାନ୍ତନୁ ପଣ୍ଡା,ନକୁଳ ଘି, ଅଚ୍ୟୁତ ନାଏକ, ଭୁବନେଶ୍ୱର ପଟେଲ, ଚକ୍ରଧର ନାଏକ,ଅମିନ ରଣା ସମେତ ମହିଳା ନେତ୍ରୀ ପ୍ରତିମା ପୁଝାରି, ଉଜଳା କେତକି, ରୁକ୍ମଣୀ ନାଏକ, ଭାରତୀ ପୁଝାରି ଏବଂ ମୋଟେର ମଣ୍ଡଳ ର ସମସ୍ତ ବୁଥ ରୁ ଆସିଥିବା ବୁଥ ସଭାପତି ବୁଥ ପ୍ରମୁଖ ସହ ପ୍ରମୁଖ ଉପସ୍ଥିତ ଥିଲେ।

