ମୁଖ୍ୟମନ୍ତ୍ରୀ ବସ ସେବା ଯୋଗାଇ ଦେବାକୁ ଦାବି କଲେ ସରପଞ୍ଚ।
କଳାହାଣ୍ଡି,୨୫/୦୬
ରାଜ୍ୟ ସରକାର ଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ଗମନାଗମନ କ୍ଷେତ୍ରରେ ଜନ ସାଧାରଣ ଙ୍କୁ ସୁଗମ ଓ ସୁବିଧା ସେବା ଉପଲବ୍ଧ ପାଇଁ ବିଗତ ସରକାର ଙ୍କ ସମୟରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ସେବା ବର୍ତ୍ତମାନ ର ସରକାର ରେ ପରିବର୍ଦ୍ଧିତ ହୋଇ (ମୁଖ୍ୟମନ୍ତ୍ରୀ ବସ ସେବା) ରାଜ୍ୟର ୩୦ ଜିଲ୍ଲା ର ପ୍ରତି ବ୍ଲକ ମୁଖ୍ୟାଳୟ ରୁ ପଞ୍ଚାୟତ କୁ ଯାତାୟାତ କରୁଛି। ଫଳରେ ବ୍ଲକ ମୁଖ୍ୟାଳୟ ସହ ପଞ୍ଚାୟତ ଓ ଗ୍ରାମାଞ୍ଚଳ ର ଜନ ସାଧାରଣ ଉପକୃତ ହେଉଛନ୍ତି। ତେବେ କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ର ବିଭିନ୍ନ ଗ୍ରାମ କୁ ଏହି ବସ ସେବା ଉପଲବ୍ଧ ନାହିଁ,ଫଳରେ ପଞ୍ଚାୟତବାସୀ ବିଭିନ୍ନ ସମୟରେ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ ଙ୍କୁ ଅଭିଯୋଗ କରି ଆସୁଛନ୍ତି। ଡୁଡୁକାଠେଙ୍ଗା ପଞ୍ଚାୟତ ର ଖଲିଗଡ଼ ଓ ଧୋବେନଚଞ୍ଚରା ଭଳି ଗାଁ ଏବେ ଏହି ବସ ସେବା ରୁ ବଞ୍ଚିତ ରହିଛନ୍ତି। ଏହାକୁ ନେଇ ସରପଞ୍ଚ ହରିପ୍ରିୟା ନାଗ ପୂର୍ବରୁ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ଗୁରୁବାର ସମିତି ବୈଠକରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଓ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଙ୍କୁ ମୁଖ୍ୟମନ୍ତ୍ରୀ ବସ ଡୁଡୁକାଠେଙ୍ଗା ର ଖଲିଗଡ଼,ଧୋବେନ ଚଞ୍ଚରା ଗାଁ କୁ ସମ୍ପ୍ରସାରଣ କରିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କୋକସରା ବିଡ଼ିଓ ଶ୍ରୀ ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ମୁଖ୍ୟମନ୍ତ୍ରୀ ବସ ଚଳାଚଳ ନେଇ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଓ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଳି କୋକସରା ବିଡ଼ିଓ ଶ୍ରୀ ମାଝୀ କହିଛନ୍ତି।

