Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ ସମିତି ବୈଠକ, ମଣ୍ଡି ସମସ୍ୟା ପ୍ରସଙ୍ଗ କୁ ନେଇ ଉଦ୍ବେଗ ପ୍ରକାଶ କଲେ ଜନ ପ୍ରତିନିଧି,ଜନ ପ୍ରତିନିଧି ଙ୍କ ଉତ୍ତର ରଖିଲେ ବ୍ଲକ ଅଧିକାରୀ।

କଳାହାଣ୍ଡି,୨୫/୦୬
କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ପକ୍ଷରୁ ଗୁରୁବାର ବ୍ଲକ ସଭାଗୃହ ରେ ପଞ୍ଚାୟତ ସମିତି ଅଧିନସ୍ଥ ୨୨ ପଞ୍ଚାୟତ ର ନିର୍ବାଚିତ ଜନ ପ୍ରତିନିଧି ଓ ବ୍ଲକ ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବିଭାଗୀୟ ଅଧିକାରୀ ଙ୍କୁ ନେଇ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସମ୍ମାନିତ ଅତିଥି ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ, ବିଧାୟକ ଙ୍କ କୋକସରା ବ୍ଲକ ପ୍ରତିନିଧି ତ୍ରିନାଥ ଶବର, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ,ସଭ୍ୟା ବୈଜୟନ୍ତି ପୁଝାରି,ଵିଇଓ ମହେଶ କୁମାର ଭାଟି,ଗୋଷ୍ଠି ଚିକିତ୍ସା ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ,ବ୍ଲକ ସହକାରୀ ଯନ୍ତ୍ରୀ ସଫିକ ଏହେମଦ ଉପସ୍ଥିତ ଥିଲେ।
ବୈଠକ ଆରମ୍ଭ ପୂର୍ବରୁ ବିଗତ ବୈଠକ ର ବିବରଣୀ ଓ ଏହାର କାର୍ଯ୍ୟକାରିତା ର ନକଲ ଉପସ୍ଥିତ ଜନ ପ୍ରତିନିଧି ଙ୍କୁ ବଣ୍ଟନ କରା ଯାଇଥିଲା। ସମିତି ବୈଠକ ନିୟମିତ ବ୍ୟବଧାନରେ ହେଉନଥିବା ନେଇ ଉପସ୍ଥିତ ଜନ ପ୍ରତିନିଧିମାନେ ଅଭିଯୋଗ ଆଣିଥିଲେ।ବୈଠକରେ ରବି ମଣ୍ଡି ରେ ଟୋକନ ଓ ଧାନ ବିକ୍ରି ସମସ୍ୟା ନେଇ ସମିତି ସଭ୍ୟ ଚିନ୍ତାମଣି ଚଣ୍ଡି,ଗଜାନନ ନିଆଳ,ଘନଶ୍ୟାମ ନାଏକ,କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ ପ୍ରମୁଖ ଜନ ପ୍ରତିନିଧି ମାନେ ଉଦ୍ବେଗ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ଚାଷି ଙ୍କ ମଣ୍ଡି ସମସ୍ୟା ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବାକୁ ଦାବି କରିଥିଲେ। ଲଡୁଗାଁ ସରପଞ୍ଚ ନକୁଳ ନାଏକ ପିଡ଼ିଏସ ହିତାଧିକାରୀଙ୍କ ଚାଉଳ ଯୋଗାଣ ରେ ବାଟ ମାରଣା ହେଉଥିବା ଓ ଯୋଗାଣ ସହାୟକ ଙ୍କ ଭୂମିକା କୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାସହ ସ୍ୱାସ୍ଥ୍ୟ ସେବା କୁ ନେଇ ଅପହଞ୍ଚ ଗ୍ରାମାଞ୍ଚଳରେ ମା ଗୃହ ନିର୍ମାଣ, ଆୟୁଷ୍ମନ ସ୍ୱାସ୍ଥ୍ୟବୀମା କାର୍ଡ ର ସଫଳ ରୂପାୟନ ନେଇ ଜନ ପ୍ରତିନିଧି ପ୍ରଶ୍ନ ଉଠାଇଥିଲେ। ବ୍ଲକ ରେ ଶିକ୍ଷା ର ଭିତ୍ତିଭୂମି ନେଇ ଵିଇଓ ମହେଶ ଭାଟି ସୂଚନା ପ୍ରଦାନ ସହ ପଞ୍ଚାୟତ ଅନୁଦାନ ରୁ ବିଦ୍ୟାଳୟ ର ଭିତ୍ତିଭୂମି ବିକାଶ ପାଇଁ ଜନ ପ୍ରତିନିଧିମାନେ ସହଯୋଗ କରିବାକୁ କହିଥିଲେ। ଏହାସହ ବ୍ଲକ କୃଷି ବିଭାଗ ଅଧିକାରୀ ରାକେଶ ରଞ୍ଜନ ମାଝୀ,ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ,ପାନୀୟ ଜଳ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ,ଫନିନ୍ଦ୍ର ଆରକା, ବ୍ଲକ ମିଶନ ଶକ୍ତି କର୍ମଚାରୀ ସୁରେଶ ରାଉତ,ଅବକାରୀ ବିଭାଗ ଓଆଇସି ଗୁପ୍ତେଶ୍ଵର ପଟେଲ,ପ୍ରାଣୀଧନ ଚିକିତ୍ସାଧିକାରୀ ପ୍ରସନ୍ନ କୁମାର ପରିଡା,ବିଦ୍ୟୁତ ବିଭାଗ ଯନ୍ତ୍ରୀ ବ୍ରଜ ମୋହନ ଦଳେଇ,ଗ୍ରାମ୍ୟ ଉନ୍ନୟନ ବିଭାଗ,ପୂର୍ତ୍ତ ବିଭାଗୀୟ ଅଧିକାରୀ ମାନେ ସମିତି ବୈଠକରେ ଉପସ୍ଥିତ ରହି ବିଭାଗୀୟ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ଜିପିଡ଼ିଓ ମିଳୁ ପ୍ରଧାନୀ ପରିଚାଳନା କରିଥିବା ବେଳେ ବ୍ଲକ ର କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ