Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା।

କଳାହାଣ୍ଡି,୨୮/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସମବାୟ ସମିତି ଓ କେନ୍ଦ୍ର ସମବାୟ ବ୍ୟାଙ୍କ ରେ ଦୀର୍ଘ ୩୮ ବର୍ଷ ଧରି କାର୍ଯ୍ୟରତ ବ୍ୟାଙ୍କ କର୍ମଚାରୀ ଇନ୍ଦ୍ରମଣି ଧଙ୍ଗଡା ମାଝୀ ଙ୍କ ଚାକିରୀ ଜୀବନ ର ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ରବିବାର କୋକସରା ବ୍ଲକ ଆମପାଣି ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଆମପାଣି କୃଷି ସମବାୟ ସମିତିର ସଭାନେତ୍ରୀ ତିଲୋତ୍ତମା ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ଗିରିଶ ଚନ୍ଦ୍ର ବେହେରା ଯୋଗଦେଇ ଶାଖା ପରିଚାଳକ ଙ୍କ ବିଦାୟ ସମ୍ବର୍ଦ୍ଧନା ରେ ଉପଢୌକନ ସହ ସମ୍ବର୍ଦ୍ଧିତ ଜଣାଇବା ସହ ବ୍ୟାଙ୍କ ସେବା ରେ କର୍ତବ୍ୟନିଷ୍ଠ ଓ କୃଷକ ଓ ଗ୍ରାହକ ଙ୍କ ସହ ଉତ୍ତମ ସମନ୍ୱୟ ରଖି ସେବା ଯୋଗାଇ ଆସୁଥିଲେ ବୋଲି ମତ ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା କୃଷି ସମବାୟ ସମିତି ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ଟେମରା କୃଷି ସମବାୟ ସମିତି ସଭାପତି ନବୀନ ପୁଝାରି,ଡ଼ହଗାଁ କୃଷି ସମବାୟ ସମିତି ସଭାପତି ବ୍ରଜରାଜ ନାଏକ, କାଶିବାହାଲ କୃଷି ସମବାୟ ସମିତି ସଭାପତି ନିହାର ରଞ୍ଜନ ବେହେରା,ଏଜିଏମ କେନ୍ଦ୍ର ସମବାୟ ବ୍ୟାଙ୍କ ଭବାନୀପାଟଣା ବିଶ୍ୱ ରଞ୍ଜନ ସାହୁ,ଏଆରସିଏସ ଧର୍ମଗଡ ସରୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦିର୍ଘ ବର୍ଷ ଧରି ନିରବିଛିନ୍ନ ଭାବେ କୃଷକ ଓ ଗ୍ରାହକ ଙ୍କୁ ଉତ୍ତମ ବ୍ୟବହାର ସହ ସେବା ଯୋଗାଇଥିବା ଶ୍ରୀ ଧଙ୍ଗଡାମାଝୀ ଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଅଵସର କାଳୀନ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମ କୁ ଟେମରା ପେକ୍ସ ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ଏହା ବ୍ୟତୀତ ଆମପାଣି ପେକ୍ସ ସମ୍ପାଦକ ବିକାଶ ରଞ୍ଜନ ପଣ୍ଡା, କାଶିବାହାଲ ପେକ୍ସ ସମ୍ପାଦକ ଯୁଗଳ କିଶୋର ନାଏକ,ଡ଼ହଗାଁ ପେକ୍ସ ସମ୍ପାଦକ କ୍ଷମାନିଧି ନାଏକ,ଲଡୁଗାଁ ପେକ୍ସ ସମ୍ପାଦକ ପଦ୍ମନ ବାଗ ସମେତ ସମବାୟ ସମିତି ଅଧିନସ୍ଥ ଡ଼ାଇରେକ୍ଟର,କର୍ମକର୍ତ୍ତା,ପୂର୍ବତନ ପେକ୍ସ କର୍ମଚାରୀ,ସ୍ଥାନୀୟ ଅଞ୍ଚଳର କୃଷକ ମାନେ ଉପସ୍ଥିତ ରହିଥିଲେ। ଆମପାଣି ପେକ୍ସ କର୍ମଚାରୀ ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ସଭା ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ