ଡାଲଗୁମା ରାସ୍ତା ରେ ବାହାରେ ଶୋଇଥିବା ଅବସ୍ଥାରେ ହତ୍ୟା, ପୋଲିସ ର ତଦନ୍ତ ଜାରି।
କଳାହାଣ୍ଡି,୨୯/୦୬
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡାଲଗୁମା ମଣ୍ଡି ନିକଟରେ ରାସ୍ତା କଡ ରେ ଥିବା ଏକ ପନିପରିବା ଚାଷଜମି ନିକଟରେ ଦୀର୍ଘବର୍ଷ ହେବ ଘର କରି ରହୁଥିଲେ। ତେବେ ପ୍ରତିଦିନ ଭଳି ଗତ ରାତିରେ ଘର ବାହାରେ ମଶାରୀ ଟାଙ୍ଗି ଶୋଇଥିବା ବ୍ୟକ୍ତି ଙ୍କୁ ବିଳମ୍ବିତ ରାତିରେ କେହି ଧାରୁଆ ଅସ୍ତ୍ର ରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଡାଲଗୁମା ଗ୍ରାମ ର ଶୁକଦେଵ ଧରୁଆ (୫୫) ବୋଳି ଜଣାପଡିଛି। ସକାଳେ ତାଙ୍କ ଝିଅ ରୁକ୍ମଣୀ ଧରୁଆ ଓ ସମ୍ପର୍କୀୟ ଭାଇ ଦେଖି ପରିବାର ଓ ଗ୍ରାମବାସୀ ଙ୍କୁ ସୂଚନା ଦେଇଥିଲେ।।ପରେ କୋକସରା ପୋଲିସ କୁ ସୂଚନା ଦେବାପରେ କୋକସରା ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ଘଟଣା ର ତଦନ୍ତ ଜାରି ରଖିଛନ୍ତି। ତେବେ ଶୁକଦେଵ ହତ୍ୟା କାଣ୍ଡ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ କିମ୍ବା ପରିବାର ଲୋକେ ମଧ୍ୟ କୌଣସି ଅଭିଯୋଗ ଆଣି ନାହାଁନ୍ତି। କେଉଁ କାରଣ କୁ ନେଇ ହତ୍ୟା ହୋଇଛି ତାହା ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବାନେଇ ଅନୁମାନ କରାଯାଉଛି।

