Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦର୍ଶ ଶିକ୍ଷକ ଚନ୍ଦ୍ରଶେଖର ଖମାରୀଙ୍କ ପରଲୋକ, ଦଣ୍ଡପାଟ ଅଞ୍ଚଳରେ ଶୋକର ଛାୟା l

କଳାହାଣ୍ଡି,୨୯/୦୬
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ତେଣ୍ଡାପାଲି ପଂଚାୟତ କେନ୍ଦୁଗୁଡା ଗ୍ରାମର ଆଦର୍ଶ ଶିକ୍ଷକ ଚନ୍ଦ୍ରଶେଖର ଖମାରୀଙ୍କର ୮୩ ବର୍ଷ ବୟସରେ ପରଲୋକ ଘଟିଛି। ଦେହ ଅସୁସ୍ଥ ହେବାରୁ ଭବାନୀପାଟଣା ହସ୍ପିଟାଲରେ ଚିକିତ୍ସା ହେଉଥିଲେ, ଚିକିତ୍ସାଧୀନ ସମୟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।ତାଙ୍କ ବିୟୋଗରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
ସ୍ୱର୍ଗତ ଖମାରୀ ନିଜ ଶିକ୍ଷକତା ଜୀବନରେ ଗୋତମୁଣ୍ଡା, ସୁପାଡ଼, ସାନ କେନ୍ଦୁଗୁଡା ଏବଂ ଚିଲଡଙ୍ଗରି ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଥିଲେ। ସରଳ ଜୀବନ, ଉଚ୍ଚ ଆଦର୍ଶ ଓ ଶୃଙ୍ଖଳିତ ଶିକ୍ଷାଦାନ ପାଇଁ ସେ ସମସ୍ତଙ୍କ ମଧ୍ୟରେ ବେଶ୍ ସମ୍ମାନିତ ଥିଲେ।ତାଙ୍କ ପରଲୋକରେ ପୂର୍ବତନ ଛାତ୍ରଛାତ୍ରୀ, ସହକର୍ମୀ, ଶିକ୍ଷକ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅନେକେ ତାଙ୍କୁ ଜଣେ ଆଦର୍ଶ ଶିକ୍ଷକ ଓ ସମାଜସେବୀ ଭାବେ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ତାଙ୍କ ବିୟୋଗ ଶିକ୍ଷା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ ମତ ପ୍ରକାଶ କରିଛନ୍ତି। ଅନ୍ତିମ ସମୟରେ ଧର୍ମ ପତ୍ନୀ ସୁରେଖା ଖମାରୀ, ପୁଅ ବିଭତ୍ସ କୁମାର ଖମାରୀ, ପ୍ରମୋଦ ଖମାରୀ ଓ ଦୁଇ ଝିଅ ନାଏକ, ରିତାଞ୍ଜଳୀ ଜଗତ, ଜ୍ୱାଇଁ ପ୍ରେମଲାଲ ନାଏକ ଅଶୋକ ଜଗତ,ନାତିନାତୁଣୀ ସପରିବାର ଉପସ୍ଥିତ ଥିଲେ l ଦୁଇ ପୁଅ ମୁଖାଗ୍ନି ଦେଇଥିବାବେଳେ ଅଞ୍ଚଳର ଅନେକ ସମାଜସେବୀ, ସରପଞ୍ଚ, ସାମ୍ବାଦିକ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶବ ଦାହ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ