Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ସାଂସଦ ଙ୍କୁ ଭେଟି ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କଲେ ପେନସନ ଗ୍ରାହୀ ସଙ୍ଘ ର କର୍ମକର୍ତ୍ତା।

କଳାହାଣ୍ଡି,୩୦/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ବ୍ଲକ ର ବିଭିନ୍ନ ସମସ୍ୟା କୁ ନେଇ ଏକ ପ୍ରତିନିଧି ଦଳ ଭବାନୀପାଟଣା ସ୍ଥିତ ମାନନିୟା ସାଂସଦ ମାଲବିକା ଦେବୀ ଙ୍କୁ ସାକ୍ଷାତ କରିଛନ୍ତି। ସାଂସଦ ଙ୍କୁ କୋକସରା ପେନସନ ଗ୍ରାହୀ ସଙ୍ଘ ପାଇଁ ଏକ ସ୍ଥାୟୀ ଭବନ ନିର୍ମାଣ ପାଇଁ ସାଂସଦ ପାଣ୍ଠି ରୁ ଅନୁଦାନ ଯୋଗାଇଦେବାକୁ, ଏହାସହ କୋକସରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଭିତ୍ତିଭୂମି ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦେବା ଓ ବ୍ଲକ ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ। ସଙ୍ଘ ର ପୂର୍ବତନ ସମ୍ପାଦକ ମିନିକେତନ ପ୍ରଧାନୀ ଙ୍କ ନେତୃତ୍ୱରେ ଶ୍ରୀନିବାସ ପ୍ରଧାନୀ, ବୁଟୁନାଥ ସରାବୁ,କେଶବ ଚନ୍ଦ୍ର ନାଏକ, ଗଣେଶ୍ୱର ସତନାମୀ, ଧନେଶ୍ୱର ପଣ୍ଡା, ରାଜେନ୍ଦ୍ର ପଟ୍ଟନାୟକ, ଧବଳେଶ୍ବର ନାଗ,ଶୀତାରାମ ଘି ପ୍ରମୁଖ ସଙ୍ଘ ର ସଦସ୍ୟ ଉପସ୍ଥିତ ଥିଲେ। ସାଂସଦ ପେନସନ ଗ୍ରାହୀ ସଙ୍ଘ ର ଦାବି କୁ ଗୁରୁତ୍ୱ ଦେଇ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ