Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅର୍ଥ ମନ୍ତ୍ରୀଙ୍କୁ ବେଲଗୁଣ୍ଠା ବିଜେଡି ତରଫରୁ ବିପୁଳ ସମ୍ବର୍ଦ୍ଧନା

ବେଲଗୁଣ୍ଠା, 31/05, ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବିକ୍ରମ କେଶରୀ ଆରୁଖଙ୍କୁ ଆଜି ବେଲଗୁଣ୍ଠା ବିଜେଡ଼ି ତରଫରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଆଜି ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଏବଂ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଜଗନ୍ନାଥପ୍ରସାଦରୁ ଭଞ୍ଜନଗର ଫେରୁଥିବା ବେଳେ ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ୍ ଉଢୁରା ଠାରେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ବେଲଗୁଣ୍ଠା ବିଜେଡ଼ି କର୍ମୀ ମାନେ ଉଭୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ I ଆଜିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ,ବରିଷ୍ଠ ବିଜେଡ଼ି ନେତା ପଞ୍ଚାନନ ସାମଲ,ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼,ବ୍ଳକ୍ ଯୁବ ବିଜେଡ଼ି ସଭାପତି ଶିବରାମ ରାଉତ,ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ବିଭୂପାଦ ଜେନା,ରାଜୀବ ଲୋଚନ ନାୟକ, 47 ନମ୍ବର ଯୋନ ବିଜେଡି ସଭାପତି ପ୍ରଦ୍ୟୁମ୍ନ ପାତ୍ର, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼,ରବୀନ୍ଦ୍ର ସାହୁ,ସୀମାଞ୍ଚଳ ବିଷୋୟୀ, ବିଜୁ କୃଷକ ମୋର୍ଚ୍ଚା ସଭାପତି ଶରତ କୁମାର ସ୍ୱାଇଁ ଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ଏକ ବିରାଟ ଶୋଭାଯାତ୍ରାରେ ବେଲଗୁଣ୍ଠା ପରିକ୍ରମା କରିଥିଲେ I ସେହିପରି ବେଲଗୁଣ୍ଠା ବଣିକ ସଂଘ ସଭାଗୃହ ଠାରେ ବଣିକ ସଂଘ ତରଫରୁ ମଧ୍ୟ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ସମ୍ପାଦକ କୈଳାସ ମହାପାତ୍ର, କୋଷାଧ୍ୟକ୍ଷ ବୁଲୁ ପାତ୍ର, ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ,ସଦସ୍ୟ ଚନ୍ଦନ କୁମାର ସାହୁ, କାଉନସିଲର୍ କାଳିଆ ସାହୁ, ପ୍ରତିନିଧି ସୀମାଞ୍ଚଳ ସାମଲ,ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା, ସନ୍ତୋଷ କୁମାର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ଆରୁଖଙ୍କୁ ଭବ୍ଯ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ