Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ରାଜପଥ ରେ ପାର୍କିଂ ରେ ଥିବା ଅଟୋ କୁ ଧକ୍କା ,ଅଟୋ ଡ୍ରାଇଭର ମୃତ,ଟ୍ରକ ଡ୍ରାଇଭର କୋର୍ଟ ଚାଲାଣ

ଗୋପାଳପୁର ୧୪/୪
ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ତଥା ଟାଟା ମୋଟର ନିକଟରେ ବୁଧବାର ବିଳମ୍ବିତ ରାତିରେ ଟ୍ରକ ଧକ୍କାରେ ଜଣେ ଅଟୋ ଚାଲକ ଙ୍କ ମୃତ ହୋଇଛି l ମୃତକ ଜଣକ ହେଲେ ସୋରଡ଼ା ଅଂଚଳର ବାବୁ ବେହେରା ବୟସ ୨୮ ପୁଲିସ କହିଛି l ସୂଚନା ପ୍ରକାରେ ବୁଧୁବାର ରାତ୍ର ସୋରଡ଼ା ଅଂଚଳର ବାବୁ ବେହେରା ରାତ୍ର ସାଢେ ୧୦ ଟା ରେ ନିଜ ଅଟୋ ଓଡ଼ି ୩୨ ଏଚ ୭୯୨୩ ରେ ବାଇଗଣ ଲୋଡ଼ କରି ବ୍ରହ୍ମପୁର ଆସୁଥିଲେ l ଜାତୀୟ ରାଜପଥ ୧୬ ଟାଟା ମୋଟର ନିକଟରେ ଅଟୋ ରଖିଥିଲେ l ପରେ ଏକ କାର ଓଡ଼ି ୦୨ ଡ଼ିଏଫ ୭୦୭୧ ଟି ଅଟୋ ଆଗରେ ରହିଥିଲା l ରାତ୍ର ପ୍ରାୟ ସାଢେ ୨ ଟା ସମୟରେ କଟକ ଠାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଟ୍ରକ ନମ୍ବର ଏପି ୩୯ ୟୁ ଏମ ୧୬୩୬ ଦୃତ ଗତିରେ ଆସି ଅଟୋର ପଛପଟ ଧକ୍କା ଦେଇଥିଲା , ଯାହାଫଳରେ ଅଟୋଟି ଆଗରେ ଥିବା କାରର ପଛପଟକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟି ଅଟୋ ଡ୍ରାଇଭର ବାବୁ ଗୁରୁତର ଆହତ ହୋଇଥିଲେ ।ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଇଥିଲେ l ଆଜି ଭୋର ସକାଳୁ ଡାକ୍ତର ବାବୁ କୁ ମୃତ ଘୋଷଣା କରିଥିବା ଜ୍ବାଇଁ ଲଡ଼ୁ ବେହେରା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୨୬୬/୨୬ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଟ୍ରକ,ଅଟୋ ଓ କାରକୁ ଜବତ କରିବା ସହ ବିହାରର ଟ୍ରକ ଡ୍ରାଇଭର ମହମ୍ମଦ ସାହେଲକୁ କୋର୍ଟ ଚାଲାଣ କରିଥିଲା ।ମୃତ ବାବୁର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l କାରରେ ବସିଥିବା ୫ ଜଣଙ୍କ ମଧ୍ୟରୁ ୨ ଜଣ ସାମାନ୍ୟ ଆହତ ହୋଇଥିବା ପୁଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ