ଆଦର୍ଶ ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା,ଶୋକାକୁଳ ପରିବେଶ ରେ ଉଛୁଳିଲା ବିଦ୍ୟାଳୟ ପରିସର।
କଳାହାଣ୍ଡି,୦୨/୦୭
ଆଦର୍ଶ ପ୍ରଧାନ ଶିକ୍ଷକ ଭାବେ କଳାହାଣ୍ଡି ଜିଲ୍ଲାରେ ପ୍ରସଂଶା ସାଉଁଟିଥିବା ଜଣେ ଛାତ୍ରଛାତ୍ରୀ ବତ୍ସଳ, କର୍ମ ନିଷ୍ଠାପର, ମେଳାପୀ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଗତକାଲି ନିଜର ଶିକ୍ଷକତା ଜୀବନ ରୁ ଅଵସର ଗ୍ରହଣ କରିଛନ୍ତି। ବୁଧବାର ଜବାହର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଥମ ଅଧିବେଶନ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ମୌଷଧି ବାଗ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ଲଡୁଗାଁ କଲେଜ ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା, ଅଧ୍ୟକ୍ଷ କୋକସରା କଲେଜ ଉପେନ୍ଦ୍ର ପଣ୍ଡା, ଵିଇଓ ମହେଶ କୁମାର ଭାଟି,ଜିଲ୍ଲା ବିଜ୍ଞାନ ପରିଦର୍ଶକ ଦୁଷ୍ମନ୍ତ କୁମାର ପାଢୀ, ବିଜମରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଖଗେଶ୍ବର ମାଝୀ, ନେଗିଗୁଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୁବରାଜ ଜାଲ, ସଚେତନ ନାଗରିକ କେଶବଲାଲ ବାଗ ମଞ୍ଚ ରେ ଉପସ୍ଥିତ ଶିକ୍ଷା,ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ପାଇଁ ସମର୍ପିତ ମନୋଭାବ ନିଜ ଶିକ୍ଷକତା ଜୀବନ ରେ ଅନେକ ଉପଲବ୍ଧି ଅର୍ଜନ କରି ଅଞ୍ଚଳ ର ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଓ ଗୌରବ ଆଣିଥିବା ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ ସହ ତାଙ୍କ ଅଵସର ଶିକ୍ଷାନୁଷ୍ଠାନ ପାଇଁ ଅପୁରାଣୀୟ କ୍ଷତି ବୋଳି କହିଥିଲେ। ସେହିପରି ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଓଏଭି ବିଦ୍ୟାଳୟ ର ଅଧ୍ୟକ୍ଷା ନିଝୁମ ରାଣୀ ପଣ୍ଡିତ,ଅଧ୍ୟାପକ ସୁବ୍ରତ ବେହେରା, ଏସଏମଡିସି ସଦସ୍ୟ ତ୍ରିଭୁବନ ନାଏକ ଉପସ୍ଥିତ ରହି ଏହି ଅବସର ରେ ବିଦାୟୀ ପ୍ରଧାନ ଶିକ୍ଷକ ଙ୍କୁ ଛାତ୍ରଛାତ୍ରୀ,ସହକର୍ମୀ,ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକ ମାନେ ଭାବ ବିହ୍ଵଳ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାସହ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଜେମା ଦେଇ ମଧ୍ୟ ଅଵସର ଗ୍ରହଣ କରିଛନ୍ତି। ତାଙ୍କୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି।କୋକସରା ବ୍ଲକ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଜବାହର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଞ୍ଚ ସଂଯୋଜନା ରେ ସହଯୋଗ କରିଥିଲେ।

