Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲା: ଚମ୍ପତ ରାୟଙ୍କ ଅବହେଳା ଥାଇପାରେ, କହିଲେ ଭିଏଚପି ଅଧ୍ୟକ୍ଷ ଆଲୋକ କୁମାର

ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ହେରଫେର ମାମଲାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ଆନ୍ତର୍ଜାତୀୟ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ଦୁଃଖଦ ଓ ବିଶ୍ୱର କୋଟି କୋଟି ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଇଛି। ସେ କହିଛନ୍ତି, ମାମଲାର ନିରପେକ୍ଷ ଓ ବ୍ୟାପକ ତଦନ୍ତ ହେବା ଆବଶ୍ୟକ ଏବଂ ଯିଏ ଦୋଷୀ ସାବ୍ୟସ୍ତ ହେବେ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ।

ଆଲୋକ କୁମାର ସ୍ପଷ୍ଟ କରିଛନ୍ତି ଯେ, ରାମ ମନ୍ଦିରର ପରିଚାଳନା କିମ୍ବା ଦାନ ଅର୍ଥର ଦାୟିତ୍ୱ ଭିଏଚପିର ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ମନ୍ଦିର ନିର୍ମାଣ ଓ ପରିଚାଳନାର ଦାୟିତ୍ୱ ଟ୍ରଷ୍ଟ ଉପରେ ରହିଛି। ଚମ୍ପତ ରାୟ ଭିଏଚପିର ଆନ୍ତର୍ଜାତୀୟ ଉପାଧ୍ୟକ୍ଷ ହୋଇଥିଲେ ମଧ୍ୟ ଟ୍ରଷ୍ଟରେ ସେ ଭିଏଚପିର ପ୍ରତିନିଧି ଭାବେ ନିଯୁକ୍ତ ହୋଇନଥିଲେ। ତେଣୁ ଏହି ଘଟଣା ପାଇଁ ଭିଏଚପିକୁ ଦାୟୀ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଚମ୍ପତ ରାୟଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ସିଧାସଳଖ କୌଣସି ଅଭିଯୋଗ ଆସିନଥିବା ବେଳେ ତାଙ୍କ ଡ୍ରାଇଭରଙ୍କ ନାମରେ ଅଭିଯୋଗ ରହିଛି ବୋଲି ଆଲୋକ କୁମାର କହିଛନ୍ତି। ତଦନ୍ତ ଶେଷ ହେବା ପୂର୍ବରୁ ଚମ୍ପତ ରାୟଙ୍କ ବିରୋଧରେ କୌଣସି ସଂଗଠନାତ୍ମକ ପଦକ୍ଷେପ ନିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେହିପରି ଏଫ୍‌ଆଇଆର୍‌ ରୁଜୁ, ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ତଦନ୍ତ, ଫାଷ୍ଟ-ଟ୍ରାକ୍ କୋର୍ଟରେ ଦୈନିକ ଶୁଣାଣି ଏବଂ ଚାରିରୁ ପାଞ୍ଚ ମାସ ମଧ୍ୟରେ ଦୋଷୀଙ୍କୁ ଦଣ୍ଡିତ କରିବାକୁ ଭିଏଚପି ପକ୍ଷରୁ ଦାବି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ