Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୋକରିଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ରେ ଅଘଟଣ, ପାହାଡ଼ ରୁ ପଡି ଯୁବକ ଙ୍କ ମୃତ୍ୟୁ।

କଳାହାଣ୍ଡି,୦୨/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ରେ ଅଘଟଣ ଘଟିଛି। ଗୁରବାର ଡୋକରି ପାହାଡ଼ ରୁ ପଡି ଜଣେ ଯୁବକ ର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଖଲିଗଡ଼ ଗ୍ରାମବାସୀ ମାନେ ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ତେବେ ମୃତ ଯୁବକ ର ପରିଚୟ ମିଲିନାହଁ, ପର୍ଯ୍ୟଟନ ସ୍ଥଳୀ ନିକଟରୁ ଯୁବକ ଙ୍କ ବାଇକ(ସିଜି ୦୪ଏଲ ଏସ ୮୨୯୩) ଠାବ ହୋଇଛି। ଯୁବକ ଏକୁଟିଆ ଆସିଥିଲେ ନା ତା ସାଙ୍ଗରେ କିଏ ଥିଲେ ଓ କେଉଁ ପରିସ୍ଥିତିରେ ପଡି ଯୁବକ ର ମୃତ୍ୟୁ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ଏନେଇ ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ ଙ୍କ ପ୍ରତିକ୍ରିୟା ନେବାରୁ ଆମ ନିକଟରେ କିଛି ସମୟ ପୂର୍ବରୁ ଖବର ଆସିଛି।ଘଟଣାସ୍ଥଳ କୁ ପୋଲିସ ଟିମ ଯିବେ ବୋଳି କହିଛନ୍ତି କିନ୍ତୁ ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ ଟିମ ପହଞ୍ଚି ନଥିବା ବେଳେ ମୃତ ଯୁବକ ର ଶବ ଉଦ୍ଧାର ହୋଇ ପାରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ