Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍ରୋ ମୁଖ୍ୟାଳୟକୁ ବୋମା ଧମକ, ପୋଲିସର ଛାନଭିନ୍

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ବେଙ୍ଗାଲୁରୁସ୍ଥିତ ମୁଖ୍ୟାଳୟକୁ ଗୁରୁବାର ଏକ ବୋମା ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ ହୋଇଛି । ଘଟଣା ପରେ ପୋଲିସ, ବମ୍ ସ୍କ୍ୱାଡ୍ ଓ ଅନ୍ୟାନ୍ୟ ସୁରକ୍ଷାକର୍ମୀ ଇସ୍ରୋ ପରିସରରେ ଯାଞ୍ଚ ଆରମ୍ଭ କରିଛନ୍ତି ।

ପୋଲିସ ସୂଚନା ଅନୁସାରେ, ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନଙ୍କ କାର୍ଯ୍ୟାଳୟକୁ ଇ-ମେଲ୍ ଜରିଆରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା । ଖବର ମିଳିବା ପରେ ସମଗ୍ର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ଏବଂ ଦୀର୍ଘ ସମୟ ଧରି ତଲାସି ଚାଲିଥିଲା। ତେବେ ଯାଞ୍ଚ ଶେଷରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ମିଳିନଥିବା ପୋଲିସ ସ୍ପଷ୍ଟ କରିଛି।

ଏହି ଧମକପୂର୍ଣ୍ଣ ଇ-ମେଲ୍‌ର ପଠାଇଥିବା ସନ୍ଦିଗ୍ଧ ବ୍ୟକ୍ତିକୁ ଚିହ୍ନଟ କରିବା ସହ ଏହା ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ପୋଲିସର ଏକାଧିକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଇ-ମେଲ୍‌ଟି ଦେଶ ଭିତରୁ ନା ବିଦେଶରୁ ପଠାଯାଇଛି, ସେନେଇ ମଧ୍ୟ ତଦନ୍ତ ଚାଲିଛି। ଉଲ୍ଲେଖଯୋଗ୍ୟ, ତେବେ ଏହା ପୂର୍ବରୁ ଅନେକ ଥର ଦିଲ୍ଲୀର ଏକାଧିକ ସ୍କୁଲକୁ ମଧ୍ୟ ସମାନ ଧରଣର ବୋମା ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା। ପରବର୍ତ୍ତୀ ଯାଞ୍ଚରେ ସେଗୁଡ଼ିକ ଏକ ପ୍ରକାରର ଗୁଜବ ବୋଲି ଜଣାପଡ଼ିଥିଲା ତଥାପି ସ୍କୁଲର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories